ଖାଳିଆମେଣ୍ଟାରେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ

ଘଷିପୁରା : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ କ୍ରମେ ଦଳମତ ନିର୍ବଶେଷରେ ଦେଶ ସାରା ଚାଲିଥିବା “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଖାଳିଆମେଣ୍ଟା ପଞ୍ଚାୟତ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି।।

ଆଜାଦ ଭାରତ ପାଇଁ ଜୀବନ ଦେଇଥିବା ସମସ୍ତ ସ୍ଵାଧୀନତା ସଂଗ୍ରାମୀ ଏବଂ ଦେଶମାତୃକାର ସେବାରେ ସହିଦ ହୋଇଥିବା ସମସ୍ତ ବୀରଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀ ଠାରେ ନିର୍ମିତ ହେଉଛି। ଅମୃତବାଟିକାର ଏକ ଅଂଶ ରୂପେ ଖଳିଆମେଣ୍ଟା ପଞ୍ଚାୟତକୁ ସାମିଲ କରିବା ଉଦ୍ଦେଶ୍ୟରେ ଜିଲ୍ଲା ବିଜେପି ସମ୍ପାଦକ ଈଂ ଦୀପକ ଜେନାଙ୍କ ନେତୃତ୍ୱରେ ଗ୍ରାମର ମଠ ମନ୍ଦିରରେ ପୂଜାର୍ଚ୍ଚନାକରି ଘଣ୍ଟ କୀର୍ତ୍ତନ ଓ ଦେଶାତ୍ମକ ଗୀତ ସହ ଏକ କଳସ ଯାତ୍ରା ଗ୍ରାମ ପରିକ୍ରମା କରିଥିଲା। ନୂଆଦିଲ୍ଲୀକୁ ମାଟି ପଠାଇବା ଉଦ୍ଦେଶ୍ୟରେ ମାଟି ସଂଗ୍ରହ କରାଯାଇଥିଲା। ବିକାଶ ଜେନା, ମାଧବ ଜେନା,ଜଗବନ୍ଧୁ ଭୂୟାଁ,ବ୍ରଜବିହାରୀ ରାଉତ, ଚିନ୍ତାମଣି ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର ସଭାପତି ରଙ୍ଗାଧର ମହାରଣା, ଆଦିକନ୍ଦ ଦାସ ,ଆଦିକନ୍ଦ ଭୂୟାଁ,ହରିହର ପଣ୍ଡା, ନାରାୟଣ ଚାନ୍ଦ, ସୁବାସ ରାଉତ,ଯଯାତି ରାଉତ, ଦିବ୍ୟ ଜେନା, କୁଲୁ ଭୂୟାଁ, ରମେଶ ଜେନା, ଉଦୟ ଜେନା, ଅକ୍ଷୟ ଜେନା, ଚେମୁ ଜେନା, ଅନୁଷୟା ଜେନା, ଅଭିନ ଦାସ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button