ଇଣ୍ଟରନେଟ୍‌ ନଥିବାରୁ ଜଙ୍ଗଲରେ ଟିକାଦାନ

କେନ୍ଦୁଝର : ଗାଁରେ ଇଣ୍ଟରନେଟ୍‌ ନଥିବାରୁ କୋଭିଡ ଟିକାକରଣ ଜଙ୍ଗଲ ଭିତରେ ହୋଇଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ବଡ଼କାଳିମାଟି ପଞ୍ଚାୟତର ପିଢ଼ପୋଖରୀ ଗାଁରେ ଏପରି ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ପିଢ଼ପୋଖରୀ ଗାଁ ଟେଲି ଯୋଗାଯୋଗ ସେବାରୁ ବଞ୍ଚିତ। ଏଠାରେ ଇଣ୍ଟରନେଟ୍‌ ସୁବିଧା ନାହିଁ। ଏହି ସମସ୍ୟା ପାଇଁ ଦୁଇବର୍ଷ ହେଲା ଅନ୍‌ଲାଇନ୍‌ ପାଠପଢ଼ାରେ ଛାତ୍ରଛାତ୍ରୀମାନେ ସାମିଲ ହୋଇପାରୁ ନାହାନ୍ତି। ଗତକାଲି ଏହି ଗାଁରେ କୋଭିଡ ଟିକାକରଣ ପାଇଁ ତାରିଖ ଧାର୍ଯ୍ୟ ହୋଇଥିବାରୁ ସ୍ୱାସ୍ଥ୍ୟ ବିଭାଗ ଏକ ଟିମ୍‌ ଗାଁରେ ପହଞ୍ଚିଥିଲେ। ମାତ୍ର ଇଣ୍ଟରନେଟ୍‌ ସୁବିଧା ନଥିବାରୁ ଲୋକଙ୍କ ନାମ ପଞ୍ଜୀକରଣ ହୋଇପାରି ନଥିଲା। ଶେଷରେ ସେମାନେ ବାଧ୍ୟହୋଇ ଜଙ୍ଗଲ ଭିତରେ ଘୂରି ବୁଲିଲେ। ଯେଉଁଠି ନେଟୱର୍କ ଅସିଲା ସେଇଠି ଲୋକଙ୍କ ପଞ୍ଜୀକରଣ କରାଗଲା। ପଞ୍ଜୀକରଣ ପରେ ଡେବରାଡିହି ପାହାଡ଼ ଉପରେ ଲୋକଙ୍କୁ କୋଭିଡ ଟିକା ଦିଆଯାଇଥିଲା। ଏଠାରେ ଯୋଡ଼ା ବ୍ଲକ୍‌ର ପିଢ଼ପୋଖରୀ, ବାଂଶପାଳ ବ୍ଲକ୍‌ର ଉପରକାଦକଳା, ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍‌ ମିଶିସା, ସିମିରଦା, କଦଳିଆ ଓ କିଆକୁଦର ଗାଁର ୩୦୦ ଲୋକ ଟିକା ‌ନେଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button