ଇସ୍ରାଏଲ୍‌ ବିରୋଧରେ ଯୁଦ୍ଧକୁ ଡେଇଁଲା ୟେମେନ

ତେଲ ଅଭିଭ : ଇସ୍ରାଏଲ ଓ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ୨୫ ଦିନ ହେଲା ଯୁଦ୍ଧ ଜାରି ରହିଛି। ଗାଜା ଷ୍ଟ୍ରିପ୍‌ରେ ହମାସର ଠିକଣାକୁ ଇସ୍ରାଏଲ ରକେଟ ମାଡ଼ କରୁଥିବା ବେଳେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଛି। ହେଲେ ଚିନ୍ତା ବଢାଇଛନ୍ତି ୟେମେନର ହାଉତି ବିଦ୍ରୋହୀ।

ଖବର ଅନୁଯାୟୀ ମଙ୍ଗଳବାର ୟେମେନର ହାଉତି ବିଦ୍ରୋହୀମାନେ ଇସ୍ରାଏଲ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ଯୁଦ୍ଧକ୍ଷେତ୍ରଠାରୁ ୧୦୦୦ରୁ ଅଧିକ ମାଇଲ୍‌ ଦୂରରେ ଥିବା ‘ହାଉତି’ମାନେ ଇସ୍ରାଏଲ୍‌ ବିପକ୍ଷରେ ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ମାଡ କରିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ହାଉତି ସରକାରର ପ୍ରଧାନମନ୍ତ୍ରୀ ଅବଦେଲ ଅଜିଜ ବିନ୍‌ ହବତୁର କହିଛନ୍ତି ଆମେ ଆମ ଲୋକଙ୍କୁ ଗାଜାରେ ମରିବାକୁ ଛାଡି ପାରିବୁ ନାହିଁ। ଯଦି ଗାଜାରେ ଅସ୍ତ୍ରବିରତି ଉଲ୍ଲଂଘନ ଘୋଷଣା ନହୁଏ ତେବେ ଇସ୍ରାଏଲ ଉପରେ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ କରାଯିବ।

ସୂଚନାଯୋଗ୍ୟ ଇରାନ୍‌ ସହାୟତାପ୍ରାପ୍ତ ‘ଏକ୍ସିସ୍‌ ଅଫ୍‌ ରେଜିଷ୍ଟାନ୍ସ’ର ‘ହାଉତି’ମାନେ ଅକ୍ଟୋବର ୭ ତାରିଖରୁ ପାଲେଷ୍ଟାଇନ୍‌କୁ ସମର୍ଥନ କରିଆସୁଛନ୍ତି। ଏହାର ସେନା ମୁଖପାତ୍ର ୟାହା ସାରୀ କହିଛନ୍ତି, ତାଙ୍କ ସଙ୍ଗଠନ ଇସ୍ରାଏଲ୍‌ ଆଡ଼କୁ ବହୁସଂଖ୍ୟକ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ପାଲେଷ୍ଟିନୀୟଙ୍କୁ ବିଜୟୀ କରାଇବା ପାଇଁ ଏଭଳି ଆକ୍ରମଣ ବାରମ୍ବାର କରାଯିବ। ବର୍ତ୍ତମାନ ୟେମେନରେ ହାଉତି ବିଦ୍ରୋହୀଙ୍କ ସରକାର ଅଛି। ସେମାନେ ୨୦୧୪ରେ ରାଜଧାନୀ ସାନାକୁ କାବୁ କରି ନେଇଥିଲା। ଏହି ସରକାର ଇରାନ ଦ୍ୱାରା ସମର୍ଥିତ ଓ ହାଉତିମାନେ ସମୟ ସମୟରେ ଇସ୍ରାଏଲ ଉପରେ ରକେଟ୍ ଓ କ୍ଷେପଣାସ୍ତ୍ର ମାଡ଼ କରିଥାନ୍ତି।

Leave a Reply

Your email address will not be published. Required fields are marked *

Back to top button