ଅନୁଗାମୀଙ୍କ ସଂଖ୍ୟା ବଢାଇବାକୁ ଅଶ୍ଳୀଳ ଭିଡିଓ ଭାଇରାଲ କଲେ ଶିକ୍ଷୟିତ୍ରୀ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ରିଲସ ବନାଇବାର ନିଶା ଜଣେ ଶିକ୍ଷୟିତ୍ରୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଇଂଷ୍ଟାଗ୍ରାମରେ ଫଲୋଅର୍ସ ବଢାଇବାକୁ ନିଜର ଅଶ୍ଳୀଳ ଭିଡିଓ ପୋଷ୍ଟ କରିଛନ୍ତି। ଯାହା ଭାଇରାଲ ହେବା ପରେ ସମସ୍ୟା ବଢିଯାଇଛି।
ଖବର ଅନୁଯାୟୀ ଇଟୱାର ଇକାଦିଲ ନଗର ପଞ୍ଚାୟତ ଅଞ୍ଚଳର ଏକ ପ୍ରାଥମିକ ସ୍କୁଲର ଶିକ୍ଷୟତ୍ରୀ ଇନଷ୍ଟାଗ୍ରାମରେ ରିଲସ କରିନ୍ତି। ହେଲେ ଇନଷ୍ଟାଗ୍ରାମରେ ଫଲୋୟୋର୍ସ ବା ଅନୁଗାମୀଙ୍କ ସଂଖ୍ୟା ସନ୍ତୋଷଜନକ ହେଉନଥିଲା। ଏହାକୁ ବୃଦ୍ଧି କରିବା ନିମନ୍ତେ ସେ ଅବିନବ ଉପାୟ ଚିନ୍ତାକରି ପାଇଁ ନିଜର ଅଶ୍ଳୀଳ ଭିଡିଓ ପୋଷ୍ଟ କରି ଦେଇଥିଲେ।
ଅପଲୋଡ ହେବାର କିଛି ସମୟ ମଧ୍ୟରେ ଭିଡିଓଟି ଭାଇରାଲ ହୋଇଯାଇଥିଲା। ଯେଉଁ ସ୍କୁଲରେ ଶିକ୍ଷୟତ୍ରୀ ଜଣଙ୍କ ପାଠ ପଢାଉଥିଲେ ସେହି ସ୍କୁଲର କିଛି ଛାତ୍ରଙ୍କ ଅବିଭାବକ ଏହାକୁ ନେଇ ଅଭିଯୋଗ କରିଥିଲେ। ଆଉ ଶିକ୍ଷୟତ୍ରୀଙ୍କୁ ସ୍କୁଲରୁ ବାହାର କରିଦେବାକୁ ଦାବି କରିଥିଲେ। ଏହି ଭିଡିଓକୁ ଶିକ୍ଷା ଅଧିକାରୀ ଦେଖିବା ପରେ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।