ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’କୁ ରାହୁଲଙ୍କ ସମାଲୋଚନା

ନୂଆଦିଲ୍ଲୀ : ‘ଇଣ୍ଡିଆ’ ଅର୍ଥାତ୍ ଭାରତ ହେଉଛି ଏକ ରାଜ୍ୟ ସଂଘ। ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ର ଧାରଣା ହେଉଛି କେନ୍ଦ୍ର ଓ ଏହାର ସମସ୍ତ ରାଜ୍ୟ ଉପରେ ଆକ୍ରମଣ। ଏକ୍ସ ଟ୍ଵିିଟରରେ ଏହି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି।
ଅନ୍ୟପକ୍ଷରେ ଏକକାଳୀନ ନିର୍ବାଚନ କରିବା ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ସରକାର ଉଚ୍ଚସ୍ତରୀୟ କମିଟି ଗଠନ କରିବା ପରେ କଂଗ୍ରେସ ସାଂସଦମାନେ ଟୁଇଟ୍ କରିଛନ୍ତି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ କମିଟିର ସଦସ୍ୟ ହେବାପାଇଁ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ କମିଟିରୁ ବାଦ୍ ଦିଆଯାଇଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି।


























