୨୭ରୁ ଭୁବନେଶ୍ୱର ବାଲିଯାତ୍ରା

ଭୁବନେଶ୍ଵର : ଚଳିତମାସ ୨୭ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ କୁଆଖାଇ ନଦୀପଠାରେ ଭୁବନେଶ୍ୱର ବାଲିଯାତ୍ରାର ଆୟୋଜନ ହେବ। ଏଥିରେ ଜିନିଷପତ୍ରର ପ୍ରଦର୍ଶନୀ ଓ କିଣାବିକା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ।

ଖବର ଅନୁଯାୟୀ ଗୁରୁବାର ଭୁବନେଶ୍ୱର ସର୍କିଟ ହାଉସରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଟ୍ରାଫିକ ସମସ୍ୟାକୁ ସହଜ କରିବା ସହିତ ସୁରକ୍ଷା ବ୍ୟବସ୍ଥା, ପାନୀୟଜଳ, ବିଦ୍ୟୁତ୍, ଅଗ୍ନିଶମ, ଓଡ୍ରାଫ ଓ ପରିମଳ ଆଦି ଉପରେ ପାଇଁ ଆଲୋଚନା ହୋଇଛି। ବାଲିଯାତ୍ରା କମିଟିର ସାଧାରଣ ସଂପାଦକ ଯଶୋବନ୍ତ ଓଝା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ସ୍ଵାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ ଓ ଭୁବନେଶ୍ୱର ବାଲିଯାତ୍ରା କମିଟିର ସଦସ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button