ସିଂହପୁର : କେନାଲରୁ ରଶି ଲଗା ମୃତଦେହ ଉଦ୍ଧାର

ଯାଜପୁର : ସିଂହପୁର ଖରସ୍ରୋତା କଲେଜ ପଛ କେନାଲରୁ ଓଳେଇ ଚନ୍ଦନପୁରର ପ୍ରିୟରଞ୍ଜନ ଧଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରଶିଲଗା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବାରୁ ଏହା ସୁଚିନ୍ତିତ ହତ୍ୟା ବୋଲି ପ୍ରିୟରଞ୍ଜନଙ୍କ ପରିବାର ଅଭିଯୋଗ କରିଛନ୍ତି।

ଖବର ଅନୁଯାୟୀ ପ୍ରିୟରଞ୍ଜନ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ମୃତଦେହଟିକୁ ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବିଞ୍ଝାରପୁର ପୋଲିସ ପହଞ୍ଚି ଯାଞ୍ଚ କରିଥିବା ବେଳେ ସାଇଣ୍ଟିଫିକ୍ ଟିମ୍‌ର ସହାୟତା ନେଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିବ।

Leave a Reply

Your email address will not be published. Required fields are marked *

Back to top button