ଜଳେଶ୍ୱରରୁ ୫୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ୨୪୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିବା ବେଳେ ୪ ଜଣ ଗିରଫ। ଦୁଇଟି ସ୍ଥାନରେ ଚଢଉ କରି ପୋଲିସ ଓ ଅବକାରୀ ବିଭାଗ ଏହି ବ୍ରାଉନସୁଗର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ।

ଖବର ଅନୁଯାୟୀ ଝାଡେଶ୍ୱରପୁର ରାସ୍ତାରେ ପେଟ୍ରୋଲିଂ ବେଳେ ଜଣେ ଯୁବକକୁ ପୋଲିସ ସନ୍ଦେହରେ ଅଟକାଇଥିଲା। ତା ନିକଟରୁ ୨୪୦ ଗ୍ରାମର ବ୍ରାଉନସୁଗର ଜବତ କରିବା ସହ ଉକ୍ତ ଯୁବକଙ୍କୁ ଗିରଫ କରିଥିଲା। ଏହାଛଡା ଝାଡେଶ୍ୱରପୁର ଗାଁର ସେକ୍ ଜମାଲୁଦିନ ଓରଫ ସନିଆ ନାମକ ବ୍ୟକ୍ତିଙ୍କ ଘରେ ବ୍ରାଉନସୁଗର ଗଚ୍ଛିତ ଥିବା ନେଇ ଜଳେଶ୍ୱର ପୋଲିସ ଟିମ୍ ଚଢଉ କରିଥିଲା। ସନିଆ ଖସିଯାଇଥିବା ବେଳେ ତା’ର ୩ ପୁଅକୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ତେବେ ସନିଆ ଘରୁ କେତେ ପରିମାଣରେ ବ୍ରାଉନସୁଗର ଜବତ ହୋଇଛି ପୋଲିସ କୌଣସି ସୂଚନା ଦେଇନାହିଁ।

Leave a Reply

Your email address will not be published. Required fields are marked *

Back to top button