କାଳବୈଶାଖୀ ୪ରୁ ୫ ଦିନ ସକ୍ରିୟ ରହିବ

ଭୁବନେଶ୍ଵର : ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସକ୍ରିୟ ରହିବ। କେତେକ ସ୍ଥାନରେ ବିଜୁଳି ଘଡଘଡି ସହ କାଳବୈଶାଖୀର ସମ୍ଭାବନା ରହିଥିବା ବେଳେ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି। ପଶ୍ଚିମ ଓଡ଼ିଶାରେ କିଛି ସ୍ଥାନରେ ଦିନର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିପାରେ ବୋଲି ପୂର୍ବନୁମାନ କରାଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ଅଧିକ ଦେଖିବାକୁ ମିଳିବ। ମୌସୁମୀ ସକ୍ରିୟ ପାଇଁ ପାଗ ଅନୁକୂଳ ରହିଛି। ନିକୋବର ଦ୍ୱୀପପୁଞ୍ଜ, ଦକ୍ଷିଣ ଅଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗରରେ ମୌସୁମୀ ଅଗ୍ରସର ହୋଇ ସକ୍ରିୟ ହେବ। ଗତକାଲି ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଓ ସମ୍ବଲପୁରେ ତାପମାତ୍ରା ୪୩.୨ ଡିଗ୍ରୀ ରହିଥିଲା। ଦିନବେଳା ଅସହ୍ୟ ଗରମ ଅନୁଭୂତ ହେଉଥିଲେ ହେଁ ସନ୍ଧ୍ୟା ପରେ କାଳବୈଶାଖୀ ପ୍ରଭାବ ଯୋଗୁଁ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ତେଣୁ କାଳବୈଶାଖୀ ସମୟରେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।