ନର୍ଲା ରେଞ୍ଜରଙ୍କୁ ଦଳିଦେଲା ହାତୀ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜର ପ୍ରଶାନ୍ତ ପାଲଙ୍କୁ ଦଳିଦେଲା ହାତୀ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।
ଖବର ଅନୁଯାୟୀ ଶନିବାର ରାତିରେ ରତନପୁର ଗାଁ ନିକଟରେ ହାତୀପଲଙ୍କ ଉପଦ୍ରବ ସମ୍ପର୍କରେ ନର୍ଲା ରେଞ୍ଜର ପ୍ରଶାନ୍ତ ପାଲଙ୍କୁ ସୂଚନା ମିଳିଥିଲା। ରବିବାର ସକାଳେ ନର୍ଲା ରେଞ୍ଜର ରେଞ୍ଜର ପ୍ରଶାନ୍ତ ଓ ଅନ୍ୟ ବନ କର୍ମଚାରୀ ହାତୀ ଘଉଡ଼େଇବା ପାଇଁ ରତନପୁର ଗାଁରେ ପହଞ୍ଚିଥିଲେ। ହେଲେ ହାତୀ ହାବୁଡ଼ରେ ପ୍ରଶାନ୍ତ ପଡ଼ିଯିବାରୁ ସେ ତାଙ୍କୁ ଦଳି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି।




























