ଅଗଷ୍ଟ ୩୧ରୁ କଳାହାଣ୍ଡିର ଉତ୍କେଲାକୁ ଉଡ଼ିବ ବିମାନ

ଭୁବନେଶ୍ଵର : ଚଳିତ ମାସ ୩୧ ତାରିଖରୁ କଳାହାଣ୍ଡି ଜିଲ୍ଲାର ଉତ୍କେଲାକୁ ବିମାନ ଚଳାଚଳ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ। କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରୀ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଉପସ୍ଥିତ ରହିବା ସହିତ ପତାକା ଦେଖାଇ ଏହାର ଶୁଭାରମ୍ଭ କରିବା ପରେ ସକାଳ ୧୦ଟା ୩୫ରେ ବିମାନଟି ଭୁବନେଶ୍ୱରରୁ ଉତ୍କେଲା ଅଭିମୁଖେ ଯାତ୍ରା କରିବ।
ଖବର ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ଉତ୍କେଲା ହେବ ରାଜ୍ୟର ୫ମ ବିମାନ ବନ୍ଦର। ଭୁବନେଶ୍ୱରରୁ ଉତ୍କେଲାକୁ ପ୍ରତ୍ୟେକ ଦିନ ଗୋଟିଏ ଥର ବିମାନ ଚଳାଚଳ କରିବ। ଅର୍ଥାତ୍ ଭୁବନେଶ୍ୱରରୁ ଉତକେଲାକୁ ଯିବ ଆଉ ସେଠାରୁ ଫେରିବ। ପରବର୍ତ୍ତୀ ସମୟରେ ଏହାକୁ ରାୟପୁର ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ। ଫଳରେ ବିମାନ ରାୟପୁରରୁ ଉତ୍କେଲା ଆସି ସେଠାରୁ ଭୁବନେଶ୍ୱର ଫେରିବ।



























