କେରଳରେ ରହସ୍ୟମୟ ଭୂତଳ ଶବ୍ଦ ଶୁଭୁଛି

କୋଚି : କେରଳର କୋଟ୍ଟାୟମ ଜିଲ୍ଲାରେ ରହସ୍ୟମୟ ଭୂତଳ ଶବ୍ଦ। ଯାହା ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିଛି।
ଖବର ଅନୁଯାୟୀ ଚେନାପ୍ପାଡି ଗ୍ରାମର ଲୋକମାନଙ୍କ କହିବା ଅନୁଯାୟୀ ଶୁକ୍ରବାର ଭୋର ସମୟରେ ଦୁଇଥର ଏହି ଶବ୍ଦ ଶୁଣିବାକୁ ମିଳିଛି। ସେହିପରି ପୂର୍ବରୁ ଆଖପାଖର କିଛି ସ୍ଥାନରେ ସମାନ ଶବ୍ଦ ଶୁଣିବାକୁ ମିଳିଥିଲା। ଏହାର କାରଣ ବୈଜ୍ଞାନିକ ଅଧ୍ୟୟନରୁ ଜାଣାପଡ଼ିବ ବୋଲି ଗ୍ରାମବାସୀ କହିଛନ୍ତି। ଅନ୍ୟ ପକ୍ଷରେ କେରଳ ଖଣି ଓ ଭୂବିଜ୍ଞାନ ବିଭାଗର ଅଧିକାରୀମାନେ କହିଛନ୍ତି ସେମାନଙ୍କର ଏକ ବିଶେଷଜ୍ଞ ଦଳ ଖୁବ୍ ଶୀଘ୍ର ଏହି ଅଞ୍ଚଳର ଯାଞ୍ଚ କରିବେ।
ବିଭାଗୀୟ ସୂଚନା ହେଲା ଚଳିତ ସପ୍ତାହ ପ୍ରାରମ୍ଭରେ ପ୍ରଥମେ ଏହି ଶବ୍ଦ ଶୁଣିବାକୁ ମିଳିବା ପରେ ସେମାନେ ଉକ୍ତ ସ୍ଥାନକୁ ଯାଞ୍ଚ କରିଥିଲେ। ଆଜି ପୁଣି ଏଭଳି ଶବ୍ଦ ଶୁଣିବାକୁ ମିଳିଥିବା ଖବର ଆଧାରରେ ବିଶେଷଜ୍ଞମାନେ ସେହି ସ୍ଥାନର ଯାଞ୍ଚ କରିବେ। ସେଣ୍ଟର ଫର ଆର୍ଥ ସାଇନ୍ସ (ସିଇଏସ୍) ଦ୍ୱାରା କରାଯାଇଥିବା ବିସ୍ତୃତ ବୈଜ୍ଞାନିକ ଅଧ୍ୟୟନ ବାରମ୍ବାର ଭୂକମ୍ପ ଶବ୍ଦର ପ୍ରକୃତ କାରଣ ଜାଣିପାରିବ। କିନ୍ତୁ ଏଭଳି ଘଟଣାର ବିଶ୍ଳେଷଣ କରିବାରେ ଆମର ନିଜସ୍ୱ ସୀମା ରହିଛି। ତେଣୁ ଏହି ଅଞ୍ଚଳରେ ପରୀକ୍ଷା କରି ଅଧ୍ୟୟନ କରିବାକୁ ଆମେ ସିଇଏସ୍ଙ୍କୁ ଅନୁରୋଧ କରିସାରିଛୁ ବୋଲି କୁହାଯାଇଛି।