ନିର୍ବାଚନ ପୂର୍ବରୁ ସନ୍ନ୍ୟାସ ନେଲେ ବିଜେପିର କେଏସ୍‌ ଈଶ୍ୱରପ୍ପା

ନୂଆଦିଲ୍ଲୀ : ଆସନ୍ତା ମେ’ ୧୦ ତାରିଖରେ ହେବ କର୍ଣ୍ଣାଟକା ବିଧାନସଭା ନିର୍ବାଚନ। ଏ ପର୍ଯ୍ୟନ୍ତ ଦଳର ପ୍ରାର୍ଥୀ ତାଲିକା ଚୁଡାନ୍ତ ହୋଇପାରିନି। କ୍ରମାଗତ ୩ ଦିନ ହେଲା ମାରାଥନ ବୈଠକ ଚାଲିଥିବା ବେଳେ ଦଳର ବରିଷ୍ଠ ନେତା କେଏସ୍‌ ଈଶ୍ୱରପ୍ପା ରାଜନୀତିରୁ ଅବସର ଘୋଷଣା କରିଛନ୍ତି।

ଈଶ୍ୱରପ୍ପା ଏନେଇ ଚିଠି ଲେଖି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଅବଗତ କରାଇ ଦେଇଛନ୍ତି। ଆଉ ମେ’ ୧୦ରେ ହେବାକୁ ଥିବା ନିର୍ବାଚନ ଲଢ଼ିବାକୁ ଚାହୁଁ ନଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଦଳ ମୋତେ ୪୦ ବର୍ଷ ମଧ୍ୟରେ ଅନେକ ଦାୟିତ୍ୱ ଦେଇଛି। ମୁଁ ଜଣେ ବୁଥ ଇନ ଚାର୍ଜରୁ ରାଜ୍ୟ ମୁଖ୍ୟ ଭାବେ କାମ କରିଛି। ଉପ ମୁଖ୍ୟମନ୍ତ୍ରୀ ହେବାର ପାଇଛି ସୌଭାଗ୍ୟ। ସେଥିପାଇଁ ସେ ଧନ୍ୟବାଦ। ଦେବା ସହିତ ନିଜ ଇଚ୍ଛାରେ ନିର୍ବାଚନ ରାଜନୀତିରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button