ଗୋରୁ ବୋଝେଇ ପିକ୍ଅପ୍ ଓଲଟି ଜଣେ ମୃତ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାର ଜୁଆଳିକଟା ଛକ ନିକଟରେ ଏକ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।
ଖବର ଅନୁଯାୟୀ ଆଜି ସକାଳେ ପିକ୍ଅପ୍ ଭ୍ୟାନ୍ଟି ୧୦ଟି ଗୋରୁ ନେଇ ଠାକୁରମୁଣ୍ଡାରୁ କରଞ୍ଜିଆ ଆଡ଼କୁ ଯାଉଥିବା ବେଳେ ଜୁଆଳିକଟା ଛକରେ ଓଲଟି ପଡ଼ିଥିଲା। ଗାଡି ଦୁର୍ଘଟଣାଗ୍ରସ୍ତ ହେବାପରେ ଡ୍ରାଇଭର ଖସି ପଳାଇଥିଲା। କିନ୍ତୁ ଗାଡ଼ିରେ ବସିଥିବା ଜଣେ ବ୍ୟକ୍ତି ଚାପି ହୋଇଯାଇଥିଲେ। ଠାକୁରମୁଣ୍ଡା ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି।