ଲଘୁଚାପ ଯୋଗୁଁ ମୌସୁମୀ ବିଳମ୍ବରେ ଆସିବ

ଭୁବନେଶ୍ଵର : ଚଳିତ ବର୍ଷ କେରଳରେ ମୌସୁମୀ ପହଞ୍ଚିବାରେ ବିଳମ୍ବ ହେବ। ଗତ ୨୪ ଘଣ୍ଟା ମଧ୍ୟରେ ଆରବ ସାଗରର ଦକ୍ଷିଣ ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ କେରଳ ଉପକୂଳରେ ମେଘ ହ୍ରାସ ପାଇଥିବାରୁ ମୌସୁମୀ ସାମାନ୍ୟ ବିଳମ୍ବରେ ଆସିବ ବୋଲି ପୂର୍ବନୁମାନ କରାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଦକ୍ଷିଣ ପୂର୍ବ ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ବାତ୍ୟା ରୂପ ନେବାର ସମ୍ଭାବନା ରହିଥିବା ବେଳେ ପାଗ ଏବେ ମେଘୁଆ ରହିଛି। ତେଣୁ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ସ୍ଥିତିରେ ସୁଧାର ଆସିଲେ ମୌସୁମୀ କେରଳରେ ପହଞ୍ଚିପାରେ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button