ଜଙ୍ଗଲ ଜମିରେ ଟ୍ରକ୍ ଆଣ୍ଡ ଟିପର ଓନର ଆସୋସିଏସନ୍ କାର୍ଯ୍ୟାଳୟ

ଘଷିପୁରା : ଜଙ୍ଗଲ ଜମିରେ ଚାଲିଛି ସରକାରୀ ପଞ୍ଜିକୃତ ମା’ ତାରିଣୀ ଟ୍ରକ୍ ଆଣ୍ଡ ଟିପର ଓନର ଆସୋସିଏସନ୍ କାର୍ଯ୍ୟାଳୟ। କେନ୍ଦୁଝର ଜିଲ୍ଲା ଦୈତାରୀ ରେଞ୍ଜ ବ୍ରାହ୍ମଣୀପାଳ ବନପାଳ ଅଧିନ ଅଞ୍ଚଳରେ ଦୀର୍ଘବର୍ଷ ଧରି ବେଆଇନ ଭାବେ ଏହି କାର୍ଯ୍ୟାଳୟ ଚାଲିଥିବାରୁ ସାଧାରଣରେ ପ୍ରଶ୍ନ ଉଠିଛି।

ଖବର ଅନୁଯାୟୀ ଦୁଇ ବର୍ଷରୁ ଅଧିକ ହେବ ଏହି ଆସୋସିଏସନ୍ ଗୃହ ରିଜର୍ଭ ଜଙ୍ଗଲ ଜମିରେ ବେଆଇନ ଭାବେ ନିର୍ମାଣ କରାଯାଇଛି। ଲୋକଙ୍କ ବାରମ୍ବାର ଅଭିଯୋଗ ପରେ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତର କରାଯାଉନି। ବନ ବିଭାଗର ବାରମ୍ବାର ନୋଟିସ ସତ୍ତ୍ୱେ କିଛି ଲାଭ ହେଉନି। ନୋଟିସକୁ ହେୟ ମନେ କରୁଛନ୍ତି। ବନ ବିଭାଗ ସୂଚନା ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ୧୫ଦିନ ମଧ୍ୟରେ ସେଠାରୁ କାର୍ଯ୍ୟାଳୟ ପଞ୍ଜିକୃତ ଜମିକୁ ଉଠାଇକୁ ବିଭାଗ ପକ୍ଷରୁ ଚଳିତବର୍ଷ ତା୧୨/୧୧ ରିଖ ନଂ ୧୩୫୫ ନୋଟିସ ଜାରି ହୋଇଥିଲା। ଏହାକୁ ବେଖାତିରି କରିବାରୁ ପୁନର୍ବାର ତା ୦୭/୧୨ ରିଖ ୨ୟ ଥର ୧୫ଦିନଆ ନଂ ୧୪୧୪ ନୋଟିସ ଦିଆଯାଇଛି। ଜଙ୍ଗଲ ଜମିରୁ ବେଆଇନ ନିର୍ମାଣ ହଟାଇବାକୁ କୁହାଯାଇଛି।

ଏବେ ପ୍ରଶ୍ନ ଉଠିଛି ରିଜର୍ଭ ଜଙ୍ଗଲ ଜମିରେ ବେଆଇନ ଭାବେ ଚାଲିଥିବା ମା’ ତାରିଣୀ ଟ୍ରକ୍ ଆଣ୍ଡ ଟିପର ଓନର ଆସୋସିଏସନ୍ କାର୍ଯ୍ୟାଳୟକୁ କିଭଳି ସରକାରୀ ପଞ୍ଜିକରଣ କଲେ। କାହା ଚାପରେ ନା ଅନ୍ୟ କେଉଁ ଅସାଧୁ ଉପାୟ ପାଇଁ ତଳଠାରୁ ଉପର ଯାଏଁ ସମସ୍ତେ ଆଖି ବୁଜିଦେଲେ ? ସବୁଠାରୁ ଗୁରୁତ୍ଵପୂର୍ଣ କଥା ହେଲା ଯେଉଁ ଜମିପଟ୍ଟା ଦେଇ ସରକାରୀ ପଞ୍ଜିକରଣ କରାଯାଇଛି ସେହି ଜମିପଟ୍ଟାରେ ଶିବଶକ୍ତି ଏଣ୍ଟର ପ୍ରାଇଜେସ୍ ପ୍ରାଇଭେଟ୍ ଲିମିଟେଡ଼ ନାମକ ଏକ କାରଖାନା ରେଜିଷ୍ଟ୍ରେସନ୍ ହୋଇଥିଲା। ଯାହାକି ଦୀର୍ଘବର୍ଷ ହେବ ବନ୍ଦ ହୋଇ ଅଚଳ ଅବସ୍ଥାରେ ରହିଛି। ଗୋଟିଏ ଜମି ପଟ୍ଟାରେ କେମିତି ଦୁଇ ଦୁଇଟି ରେଜିଷ୍ଟ୍ରେସନ୍ ହେଲା ? ପୁଣି ସେଠାରେ କାର୍ଯ୍ୟାଳୟ କରି ବେଆଇନ ଭାବେ ଜଙ୍ଗଲ ଜମିରେ ଆସୋସିଏସନ୍ କାର୍ଯ୍ୟାଳୟ ନିର୍ମାଣ ହେଲା କାହା ଅନୁମତିରେ ? ଏହାର ତଦନ୍ତ ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *

Back to top button