ସଂସଦୀୟ ଦଳ ବୈଠକ : ମହିଳା ସଂରକ୍ଷଣ ବିଲକୁ ପ୍ରସଙ୍ଗ କରିବ ବିଜେଡି

ଭୁବନେଶ୍ଵର : ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ସଂସଦୀୟ ଦଳ ବୈଠକ। ସଂସଦରେ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଇବାକୁ ଦଳୀୟ ସାଂସଦମାନଙ୍କୁ ନବୀନ ପରାମର୍ଶ ଦେଇଛନ୍ତି।

ଖବର ଅନୁଯାୟୀ ଦଳର ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି ହୋଇଛି ବିଜେଡି ସଂସଦରେ ମହିଳା ସଂରକ୍ଷଣ ବିଲକୁ ମୁଖ୍ୟ ପ୍ରସଙ୍ଗ କରିବ। ସେହିଭଳି ପିଏମ ଆବାସ, କୋଷ୍ଟାଲ ହାଇୱେ ପ୍ରସଙ୍ଗକୁ ମଧ୍ୟ ଦଳ ଗୁରୁତ୍ୱ ଦେବ। ଏଥିସହ କେନ୍ଦୁପତ୍ର ଉପରୁ ଜିଏସଟି ହ୍ରାସ, ଏମଏସପି ବୃଦ୍ଧି ପ୍ରସଙ୍ଗରେ ସ୍ୱାମୀନାଥନ୍ କମିଟି ସୁପାରିଶକୁ ଲାଗୁ, ଜାତୀୟ ରାଜପଥ ନିର୍ମାଣରେ ବିଳମ୍ବ, ଅଷ୍ଟମ ଅନୁଚ୍ଛେଦରେ ହୋ, ମୁଣ୍ଡାରୀ ଓ ଭୂମିଜ ଭାଷାକୁ ସାମିଲ ସହ ବହୁ ଆଦିବାସୀ ସମୁଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ, ଏଫସିଆଇ ବଳକା ଚାଉଳ ଉଠାଣ, ଚାଷୀଙ୍କୁ ଫସଲବୀମା ସୁବିଧା ନମିଳିବା, କେନ୍ଦ୍ର ସରକାରରୁ ଆବଶ୍ୟକ ସହଯୋଗ ମିଳୁନଥିବା, କେନ୍ଦ୍ରୀୟ ଅନୁଦାନ ଓ ରାଜ୍ୟର ଅଂଶ ମିଳିବାରେ ଅବହେଳା ଆଦିକୁ ପ୍ରସଙ୍ଗ କରିବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button