ଭିଜିଲାନ୍ସ ଜାଲରେ ଜୁନିଅର୍‌ ଆକାଉଣ୍ଟାଣ୍ଟ୍

ନୂଆପଡ଼ା : ଖଡ଼ିଆଳ ଡିଏଫ୍‌ଓ ଅଫିସ୍‌ର ଜୁନିଅର ଆକାଉଣ୍ଟାଣ୍ଟ ସଞ୍ଜୟ ବାଗ ୨୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଖବର ଅନୁଯାୟୀ ବନ ବିଭାଗରୁ ଫରେଷ୍ଟ ଗାର୍ଡ ବିନୋଦିନୀ କୈବର୍ତ୍ତ ଗତବର୍ଷ ସ୍ଵେଚ୍ଛାକୃତ ଅବସର ନେଇଥିଲେ। ତାଙ୍କ ପେନ୍‌ସନ୍‌ ଏପର୍ଯ୍ୟନ୍ତ ମିଳିନି। କାଗଜପତ୍ର କରିବା ପାଇଁ ଡିଏଫ୍‌ଓ ଅଫିସ୍‌ର ଜୁନିଅର ଆକାଉଣ୍ଟାଣ୍ଟ ଶ୍ରୀ ବାଗ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ବିନୋଦିନୀଙ୍କ ଭାଇ ମନୋଜ କୈବର୍ତ୍ତ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ। ବୁଧବାର ପୂର୍ବାହ୍ନରେ ମନୋଜଙ୍କ ଠାରୁ ଶ୍ରୀ ବାଗ ୨୦ ହଜାର ଟଙ୍କା ଲାଞ୍ଚ ନେକଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିବା ଜଣାପଡିଛି। ପରେ କୋରାପୁଟ ଡିଭିଜନ ଜୟପୁର ଓ ଭବାନୀପାଟଣା ଭିଜିଲାନ୍ସ ବିଭାଗ ପକ୍ଷରୁ ଡିଏଫ୍‌ଓ ଅଫିସ୍‌ ଓ ଶ୍ରୀ ବାଗଙ୍କ ଘରେ ଚଢ଼ଉ ହୋଇଛି।

Leave a Reply

Your email address will not be published. Required fields are marked *

Back to top button