ଓଡ଼ିଶା ହାଇକୋର୍ଟରେ ନିଯୁକ୍ତ ହେବେ ୨ ନୂଆ ବିଚାରପତି
![ଓଡ଼ିଶା ହାଇକୋର୍ଟରେ ନିଯୁକ୍ତ ହେବେ ୨ ନୂଆ ବିଚାରପତି 1 janatakhabar.in](https://janatakhabar.in/wp-content/uploads/2023/04/odisha-high-court-0002.jpg)
କଟକ : ସୁପ୍ରିମକୋର୍ଟ କଲେଜିୟମ ଓଡିଶା ହାଇକୋର୍ଟ ପାଇଁ ଦୁଇଜଣ ନୂଆ ବିଚାରପତିଙ୍କ ନାଁ ସୁପାରିଶ କରିଛନ୍ତି।
ଖବର ଅନୁଯାୟୀ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ଵାଧୀନ କଲେଜିୟମ ଆଇନଜୀବୀ ଶିବ ଶଙ୍କର ମିଶ୍ର ଓ ଜୁଡ଼ିସିଆଲ ଅଫିସର ଆନନ୍ଦ ଚନ୍ଦ୍ର ବେହେରାଙ୍କ ସୁପାରିଶ କରିଛନ୍ତି। ଏହା ପୂର୍ବରୁ ଅର୍ଥାତ ଅଗଷ୍ଟ ୮ ତାରିଖରେ ଜଷ୍ଟିସ ଶୁଭାଶିଷ ତଳପାତ୍ର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ଜଷ୍ଟିସ ତଳପାତ୍ର ମୁଖ୍ୟ ବିଚାରପତି ହେବାପରେ ହାଇକୋର୍ଟରେ ବିଚରାପତି ଆସନ ଖାଲି ରହିଥିବାରୁ ଦୁଇଜଣ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଥିବା ଜଣାପଡିଛି।