ପ୍ରଶ୍ନ ପାଇଁ ଲାଞ୍ଚ ପ୍ରସଙ୍ଗ : ସାଂସଦ ପିନାକୀ ମିଶ୍ର ଓ ବିଜେପି ମୁହାଁମୁହିଁ

ଭୁବନେଶ୍ଵର : ସଂସଦରେ କ୍ୟାଶ ଫର କ୍ୟୁରୀ ବା ପ୍ରଶ୍ନ ପାଇଁ ଲାଞ୍ଚ ପ୍ରସଙ୍ଗରେ ବିଜେପିର ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର। ଅଭିଯୋଗକୁ ଖଣ୍ଡନ କରି ସେ କହିଛନ୍ତି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଚିନ୍ତା କରୁଛି। ଅନ୍ୟପକ୍ଷରେ ବିଜେପି କହିଛି ସିବିଆଇ କୋର୍ଟରେ ଦାଖଲ ସତ୍ୟପାଠରେ ତାଙ୍କ ନାଁ ଅଛି ନା ନାହିଁ ସ୍ପଷ୍ଟ କରନ୍ତୁ।

ଖବର ଅନୁଯାୟୀ ସଂସଦରେ ପ୍ରଶ୍ନ ପାଇଁ ଲାଞ୍ଚ ପ୍ରସଙ୍ଗରେ ବିଜେପି କରିଥିବା ଅଭିଯୋଗକୁ ନେଇ ମୁହଁ ଖୋଲିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର। ପ୍ରେସ୍ ରିଲିଜ ଜରିଆରେ ପିନାକୀ ଅଭିଯୋଗକୁ ଖଣ୍ଡନ କରି ସେ କହିଛନ୍ତି ସର୍ବସାଧାରଣରେ ଉପଲବ୍ଧ ଏକ କୁତ୍ସିତ ଓ ପ୍ରମାଣିତ ହୋଇନଥିବା ଅଭିଯୋଗ ଆଧାରରେ ଓଡିଶା ବିଜେପି ମୋତେ ସମାଲୋଚନା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେଥିପାଇଁ ସିଧାସଳଖ କୋର୍ଟ ଜରିଆରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଚିନ୍ତା କରୁଛି। ଏହି ନିଷ୍ପତ୍ତି ସଠିକ୍ ସମୟରେ ନେବି।

ଅନ୍ୟପକ୍ଷରେ ସାଂସଦ ପିନାକୀ ମିଶ୍ରଙ୍କ ଆଇନଗତ କାର୍ଯ୍ୟାନୁଷ୍ଠାନ ଚେତାବନୀ ଉପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ସତ କ’ଣ ପିନାକୀ ତା’ର ପ୍ରମାଣ ଦିଅନ୍ତୁ। ସେହିପରି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି ସିବିଆଇ କୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ତାଙ୍କ ନାଁ ଅଛି କି ନାହିଁ ତାହା ସ୍ପଷ୍ଟ କରନ୍ତୁ।

Leave a Reply

Your email address will not be published. Required fields are marked *

Back to top button