ପ୍ରଫୁଲ୍ଲ ସାମନ୍ତରାଙ୍କୁ ହୋଟେଲରୁ ଉଠେଇନେଲେ ଅଜଣା ଲୋକ

ରାୟଗଡା : ଲୋକଶକ୍ତି ଅଭିଯାନର ସଭାପତି ତଥା ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କୁ ରାୟଗଡାରୁ ୩ରୁ ୪ ଜଣ ବ୍ୟକ୍ତି ଉଠାଇନେଇଥିବା ଅଭିଯୋଗ ହୋଇଛି।। ସେ ହୋଟେଲରେ ଥିବାବେଳେ ଏହି ଘଟଣା ଘଟିଛି। ତେବେ ଉଠାଇ ନେଇଥିବା ଲୋକମାନେ ପୋଲିସ ନା ଅନ୍ୟ କେହି ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନି।

ଖବର ଅନୁଯାୟୀ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ବେଦାନ୍ତ ଓ ମୈତ୍ରୀ କମ୍ପାନି ବିରୋଧରେ ସାମ୍ବାଦିକ ସମ୍ମିଳନୀ ଥିଲା। ସେ ହୋଟେଲର ୧୦୩ ନମ୍ବର ରୁମରେ ରହୁଥିଲେ। ତେବେ ଅପରାହ୍ନ ସାଢେ ୩ଟା ବେଳେ କିଛି ସାଦାପୋଷାକଧାରୀ ହୋଟେଲରେ ପ୍ରବେଶ କରି ଶ୍ରୀ ସାମନ୍ତରାଙ୍କୁ ଏକ ବଲେରୋରେ ନେଇଯାଇଥିବା ଜଣାପଡ଼ିଛି। ହୋଟେଲ ମାଲିକଙ୍କ କହିଛନ୍ତି ତାଙ୍କୁ ହୁଏତ ସାଦାପୋଷାକଧାରୀ ପୋଲିସ ଉଠାଇ ନେଇ ପାରିଥାଆନ୍ତି। ଅନ୍ୟ ପକ୍ଷରେ ପୋଲିସ ଏ ସମ୍ପର୍କରେ ମୁହଁ ଖୋଲୁନଥିବା ବେଳେ ଶ୍ରୀ ସମନ୍ତରାଙ୍କର ଫୋନ ବନ୍ଦ ରହିଛି।

ସୂଚନାଯୋଗ୍ୟ ମିଥ୍ୟା ମାମଲାରେ ପ୍ରାୟ ୨୧ ଜଣ ଗ୍ରାମବାସୀଙ୍କୁ କାଶୀପୁର ଅଂଚଳରୁ ପୋଲିସ ଉଠାଇ ନେଇଥିବାରୁ ଏହାର ପ୍ରତିବାଦରେ ଆଜି ସମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ତେବେ ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଶ୍ରୀ ସାମନ୍ତରା ଗାଏବ ହୋଇଯାଇଥିବାରୁ ତାଂକୁ କିଏ ନେଲା ନା ସେ ନିଜେ ଗଲେ ତାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି। କିନ୍ତୁ ଲୋକ ସନ୍ଦେହ କରୁଛନ୍ତି ପୋଲିସ ତାଙ୍କୁ ଉଠାଇ ନେଇଥାଇପାରେ।

Leave a Reply

Your email address will not be published. Required fields are marked *

Back to top button