ପ୍ରକାଶ ପାଇଲା ଓଜେଇଇ ରେଜଲ୍‌ଟ

ଭୁବନେଶ୍ୱର : ଓଜେଇଇ ରେଜଲ୍‌ଟ ପ୍ରକାଶ ପାଇଛି। କୋଭିଡ୍‌ ସମୟରେ ୪୯,୩୬୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୯,୨୭୯ ଜଣଙ୍କୁ ରାଙ୍କ ପାଇଛନ୍ତି।

ଖବର ଅନୁଯାୟୀ ବି-ଟେକ୍ (ସ୍ପେଶାଲ)ରେ ପୀୟୂଷ ଚନ୍ଦୁକା ଟପ୍ପର ହୋଇଥିବା ବେଳେ ବି.ଫାର୍ମା- ଲକ୍ଷ୍ମୀପ୍ରିୟା ସେନାପତି, ଏମବିଏରେ ଆଶୁତୋଷ ରଥ ଟପ୍ପର ହୋଇଛନ୍ତି। ସେହିପରି ଏମସିଏରେ ନିଶିକାନ୍ତ ପରିଡ଼ା, ଏମ.ଫାର୍ମାରେ କେ.ସଞ୍ଜନା ସୁବୁଦ୍ଧି ଟପ୍ପର ହୋଇଛନ୍ତି। www.ojee.nic.inରେ ପରୀକ୍ଷାର୍ଥୀ ରାଙ୍କ କାର୍ଡ ପାଇପାରିବେ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button