ପ୍ରେମିକାକୁ ୧୦ ବର୍ଷ ଲୁଚାଇ ରଖିବା ପରେ ବିବାହ

ନୂଆଦିଲ୍ଲୀ : ପ୍ରେମ ମାମଲାରେ ଅନେକ ବିଚିତ୍ର କଥା ଶୁଣିବାକୁ ମିଳେ। ସେହିପରି ଏକ ଘଟଣା କେରଳର ପଲକ୍କଡରେ ଘଟିଛି। ମୂଲ୍ୟବାନ ସାମଗ୍ରୀକୁ ଲୁଚାଇ ରଖିବା ପରି ପ୍ରେମିକାକୁ ଘରେ ୧୦ ବର୍ଷ ଲୁଚାଇ ରଖିଥିଲେ ପ୍ରେମିକ। ପରେ ଦୁହିଁଙ୍କର ବିବାହ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ କେରଳ ପଲକ୍କଡ ସ୍ଥିତ ବୟାଲୁରରେ ଜଣେ ଯୁବତୀ ୧୦ ବର୍ଷ ତଳେ ଗାୟବ ହୋଇଯାଇଥିଲେ। ପରିବାର ଲୋକେ ଖେଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା। ଯୁବତୀ ସଜିତା ପଡ଼ୋଶୀ ରହମାନଙ୍କୁ ପ୍ରେମ କରୁଥିଲେ। ପ୍ରେମକୁ ପରିବାର ଲୋକଙ୍କ ସ୍ୱୀକୃତି ମିଳିବ ନାହିଁ ବୋଲି ଭାବି ରହମାନ ସଜିତାଙ୍କୁ ନିଜ ଘରେ ନେଇ ରଖିଥିଲେ। ଜଣେ ଯୁବତୀଙ୍କୁ ଘରେ ବନ୍ଦୀ କରି ରଖିଥିବା ଅଭିଯୋଗକୁ ନେଇ କେରଳ ରାଜ୍ୟ ମହିଳା ଆୟୋଗ କିଛି ମାସ ପୂର୍ବରୁ ରହମାନ ବିରୋଧରେ ମାମଲା ରୁଜୁ କରିବାରୁ ପ୍ରକୃତ ଘଟଣା ଲୋକଲୋଚନକୁ ଆସିଥିଲା। ଆଉ ଜଣାପଡିଥିଲା ଯୁବତୀଙ୍କୁ ବନ୍ଦୀ ନୁହେଁ ବରଂ ରହମାନ ପ୍ରେମିକାର ଭଲ ଭାବେ ଯତ୍ନ ନେଇଥିଲା।

ଦୀର୍ଘଦିନ ପରେ ମାମଲା ସମ୍ପର୍କରେ ଜଣାପଡ଼ିବାରୁ ରହମାନଙ୍କ ବିରୋଧରେ ପୋଲିସ ତଦନ୍ତ କରିଥିଲା। କୋର୍ଟରେ ହାଜର କରିବା ପରେ ସେମାନେ ସାଙ୍ଗରେ ରହିବେ ବୋଲି କହିବାରୁ ଏକାଠି ରହିବାକୁ କୋର୍ଟ ଅନୁମତି ଦେଇଥିଲେ। ବୁଧବାର ଦୁହିଁଙ୍କର କୋର୍ଟରେ ବିବାହ ହୋଇଛି। ବିବାହରେ କନିଆଁ ଘର ଲୋକେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *

Back to top button