ଜମିଜମା ବିବାଦରୁ ଗୋଟିଏ ପରିବାରର ୬ଜଣଙ୍କୁ ହତ୍ୟା

ଭୋପାଲ : ଜମି ଜମା ବିବାଦକୁ ନେଇ ହତ୍ୟାକାଣ୍ଡ। ମଧ୍ୟପ୍ରଦେଶ ମୁରେନାରେ ଏହି ଘଟଣା ଘଟିଛି। ଗୁଳିମାଡରେ ଗୋଟିଏ ପରିବାରର ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ମୁରେନାର ସିଂହୋନିଆ ଥାନା ଅର୍ନ୍ତଗତ ଲୋପା ଗାଁରେ ଏହି ଜଘନ୍ୟକାଣ୍ଡ ପୁରୁଣା ମାମଲାକୁ ନେଇ ଘଟିଛି। ଶୁକ୍ରବାର ସକାଳେ ଧୀର ସିଂ ନାମକ ଯୁବକ ମାରଣାସ୍ତ୍ର ଧରି ଗଜେନ୍ଦ୍ର ସିଂଙ୍କ ଘର ଭିତରେ ପଶି ୬ଜଣଙ୍କୁ ଗୁଳି ମାରିଥିଲା। ଘଟଣା ସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳାଙ୍କର ମେଡିକାଲରେ ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ଦୁଇଜଣଙ୍କର ଚିକିତ୍ସା ଚାଲିଛି। ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ହେଲେ ଗୁଳି ମାରିବା ପରେ ଅପରାଧୀ ଜଣଙ୍କ ଗାଁ ଛାଡି ଫେରାର ହୋଇଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button