ପ୍ରେମିକ ଉପରେ ମହିଳାଙ୍କ ଏସିଡ଼ ମାଡ଼

ଥିରୁଅନନ୍ତପୁରମ : ବିବାହିତା ମହିଳାଙ୍କ ଅନଲାଇନ୍‌ ପ୍ରେମ। ସ୍ୱାମୀ ଓ ୨ ଛୁଆ ଥିବା ସତ୍ତ୍ଵେ ଭଲପାଇ ବସିଥିଲେ ଜଣେ ଯୁବକଙ୍କୁ। ପ୍ରେମିକକୁ ପାଇବାକୁ ପ୍ରଥମେ ଜବରଦସ୍ତି ଓ ପରେ ବ୍ଲାକମେଲିଂର ଧମକ ଦେଉଥିଲେ। କିନ୍ତୁ ପ୍ରେମିକ ଏସବୁର ପ୍ରଭାବ ନପଡ଼ିବାରୁ ଶେଷରେ କରିଥିଲେ ଏସିଡ ମାଡ। ଯାହାଫଳରେ ଯୁବକଙ୍କ ଆଖି ନଷ୍ଟ ହେବାକୁ ବସିଥିବା ବେଳେ ମହିଳଜଣଙ୍କ ଜେଲ୍‌ ଯାଇଛନ୍ତି।

ଖବର ଅନୁଯାୟୀ କେରଳର ଥଇରୁଅନନ୍ତପୁରମ୍‌ରେ ଏହି ଅଭାବନୀୟ ଘଟଣା ଘଟିଛି। ୨୮ ବର୍ଷିୟ ଅରୁଣ କୁମାର ନାମକ ଯୁବକଙ୍କର ଜଣେ ୩୫ ବର୍ଷୀୟା ମହିଳାଙ୍କ ସହ ଫେସ୍‌ବୁକ୍‌ରେ ବନ୍ଧୁତା ହୋଇଥିଲା। ପରବର୍ତ୍ତୀ ସମୟରେ ବନ୍ଧୁତା ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା। କିନ୍ତୁ ମହିଳାଜଣକ ଥିଲେ ବିବାହିତା ଓ ୨ ଛୁଆର ମା’। ଏହା ଜାଣିବା ପରେ ଅରୁଣ ସମ୍ପର୍କ ତୁଟାଇବାକୁ ଚାହୁଁଥିଲେ ହେଁ ମହିଳାଜଣକ କୌଣସି ପରିସ୍ଥିତିରେ ତାଙ୍କୁ ଛାଡ଼ିବାକୁ ଚାହୁଁ ନ ଥିଲେ।

ସେଥିପାଇଁ ଅରୁଣଙ୍କୁ ବଦନାମ କରିବାର ଭୟ ଦେଖାଇ ବ୍ଲାକମେଲ କରିବା ସହିତ ମୋଟା ଅଙ୍କର ଅର୍ଥ ଦାବି କରୁଥିଲେ। ଏନେଇ ଉଭୟଙ୍କର ଏକ ଚର୍ଚ୍ଚରେ ସାକ୍ଷାତ ହୋଇଥିବା ବେଳେ ସାଙ୍ଗରେ ସେଠାରେ ଏସିଡ ନେଇଥିଲେ ମହିଳା। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପରେଏହା ଉଗ୍ର ରୂପ ନେବାରୁ ମହିଳା ଲୁଚାଇ ରଖିଥିବା ଏସିଡ ଅରୁଣଙ୍କ ଉପରକୁ ଫିଙ୍ଗିଥିଲେ। ଏଥିରେ ଅରୁଣଙ୍କ ଶରୀରର ବହୁ ଅଂଶ ପୋଡ଼ି ଯାଇଥିବା ବେଳେ ଆଖି ଗଭୀର ମାତ୍ରାରେ ପ୍ରଭାବିତ ହୋଇଛି। ଅରୁଣ ଏବେ ଥିରୁଅନନ୍ତପୁରମ୍‌ର ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି। ଏସିଡ ଆକ୍ରମଣର ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଥିବାରୁ ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଗିରଫକରି ଜେଲ ପଠାଇଛି।

Leave a Reply

Your email address will not be published. Required fields are marked *

Back to top button