ମୋଦୀଙ୍କୁ ଅମଙ୍ଗଳିଆ କହିବାରୁ ରାହୁଲ ଗାନ୍ଧିଙ୍କୁ କାରଣ ଦର୍ଶାଅ ନୋଟିସ୍

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପନୌତି ବା ଅମଙ୍ଗଳିଆ ଶବ୍ଦ ବ୍ୟବହାର କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଏଥିପାଇଁ ତାଙ୍କୁ ନିର୍ବାଚନ କମିସନ କାରଣ ଦର୍ଶାଅ ନୋଟିସ ପଠାଇଛନ୍ତି। ନଭେମ୍ବର ୨୫ ଅର୍ଥାତ ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ଜବାବ ଦେବାକୁ କୁହାଯାଇଛି।
ଖବର ଅନୁଯାୟୀ ବିଶ୍ୱକପ୍ କ୍ରିକେଟ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ଭାରତୀୟ କ୍ରିକେଟ୍ ଦଳ ହାରିବା ପରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ପନୌତି ଶବ୍ଦ ବ୍ୟବହାର କରିଥିଲେ। ଏହି ପ୍ରସଙ୍ଗରେ ବିଜେପି ନିର୍ବାଚନ କମିସନଙ୍କୁ ସ୍ମାରକପତ୍ର ଦେଇ ରାହୁଲ ଗାନ୍ଧିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ବିଜେପି କହିଥିଲା ରାହୁଲ ଗାନ୍ଧି ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ଆଚରଣ ନୈତିକ ମୂଲ୍ୟବୋଧ ବିହୀନ। ଏହା ନିର୍ବାଚନ ଆଇନ ଓ ଆଚରଣ ସଂହିତାର ଉଲ୍ଲଙ୍ଘନ କରୁଛି।