ବାଇକ୍ ଚଢ଼ି ଲଦାଖର ପାଙ୍ଗୋଙ୍ଗ୍ ହ୍ରଦକୁ ଗଲେ ରାହୁଲ୍ ଗାନ୍ଧୀ
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଆଜି ବାଇକ୍ ଚଳାଇ ଲଦାଖର ପାଙ୍ଗୋଙ୍ଗ୍ ହ୍ରଦ ଆଡ଼କୁ ଯାଇଛନ୍ତି। ଏହାର ଫଟୋ କଂଗ୍ରେସ ପାର୍ଟି ତା’ର ଅଫିସିଆଲ ‘ଏକ୍ସ୍’ (ଟୁଇଟ୍) ହ୍ୟାଣ୍ଡେଲ୍ରେ ସେୟାର୍ କରିଛି। ଆଉ କେତେକ ଫଟୋ ରାହୁଲ୍ଙ୍କ ବ୍ୟକ୍ତିଗତ ‘ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍’ରେ ମଧ୍ୟ ସେୟାର୍ ହୋଇଛି।
ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ଫଟୋ ସେୟାର୍ କରି ରାହୁଲ୍ ଲେଖିଛନ୍ତି ପାଙ୍ଗୋଙ୍ଗ୍ ହ୍ରଦ ଅଭିମୁଖେ ଯିବା ରାସ୍ତାରେ। ମୋ ବାପା କହୁଥିଲେ ଏହା ହେଉଛି ବିଶ୍ଵର ସବୁଠୁ ସୁନ୍ଦର ସ୍ଥାନମାନଙ୍କ ମଧ୍ୟରୁ ଗୋଟିଏ।
ଖବର ଅନୁସାରେ ଅଗଷ୍ଟ ୨୦ ତାରିଖ ଦିନ ରାହୁଲ୍ ଗାନ୍ଧୀ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ପାଙ୍ଗୋଙ୍ଗ୍ ହ୍ରଦ ନିକଟରେ ପୂଜାର୍ଚ୍ଚନା କରିବେ। ରାହୁଲ ଶୁକ୍ରବାର ଲଦାଖରେ ଯୁବ କଂଗ୍ରେସ ନେତା ଓ କର୍ମୀମାନଙ୍କ ସହିତ ଆଲୋଚନା କରିବା ପରେ ଜିଲ୍ଲାରେ ଆୟୋଜିତ ଫୁଟ୍ବଲ୍ ମ୍ୟାଚ୍ ମଧ୍ୟ ଦେଖିଥିଲେ।