ରାମସନ୍ସର ନୂଆ ବ୍ରାଣ୍ଡ୍ ପ୍ରଚାର ପାଇଁ ଅଭିନେତ୍ରୀ ଦୀପ୍ତିପ୍ରିୟାଙ୍କୁ ଚୁକ୍ତିବଦ୍ଧ

ଭୁବନେଶ୍ୱର : ବ୍ୟକ୍ତିଗତ ପ୍ରଯତ୍ନକାରୀ ବର୍ଗରେ ଏକ ଅଗ୍ରଣୀ ବ୍ରାଣ୍ଡ୍ ରାମସନ୍ସ ପରଫ୍ୟୁମ୍ସ ପ୍ରାଇଭେଟ ଲିମିଟେଡ ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଦୀପ୍ତିପ୍ରିୟା ରୟଙ୍କୁ ନିଜ ବ୍ରାଣ୍ଡ୍ର ନୂତନ ଉପସ୍ଥାପିକା ଭାବରେ ଚୁକ୍ତିବଦ୍ଧ କରାଇଛି । ଏହି ସହଭାଗିତା ମୁଖ୍ୟତଃ ପୂର୍ବାଞ୍ଚଳ ବଜାର ନିମନ୍ତେ ଉଦ୍ଦିଷ୍ଟ ଏବଂ ଦୀପ୍ତିପ୍ରିୟା ରାମସନ୍ସର ନୂଆ ତ୍ୱଚା ଯତ୍ନକାରୀ ଉତ୍ପାଦଗୁଡିକର ଅନ୍ଲାଇନ ଏବଂ ଅଫଲାଇନ ମାଧ୍ୟମରେ ବ୍ୟବସାୟିକ ପ୍ରସାର କରାଇବେ । ଏହି ଆକର୍ଷଣୀୟ ତ୍ୱଚା ଯତ୍ନକାରୀ ଉତ୍ପାଦ ବର୍ଗମାଳାକୁ ନେଇ ଏକ ଚର୍ଚ୍ଚା ସୃଷ୍ଟି କରିବା ଏବଂ ବ୍ରାଣ୍ଡ୍ର ଉତ୍ପାଦ ବର୍ଗମାଳା ଯଥା ବଡି ଅଏଲ, ବଡି ଲୋସନ ଏବଂ ମଏଶ୍ଚରାଇଜର କ୍ରିମ୍ ଆଦିର ଉପସ୍ଥାପିକା ଭାବରେ ଅଧିକରୁ ଅଧିକ ଗ୍ରାହକଙ୍କ ନିକଟରେ ପହଞ୍ଚିବାକୁ ଅଭିନେତ୍ରୀ ଏହି ବ୍ରାଣ୍ଡ୍ ସହିତ ମିଶି ଘନିଷ୍ଠ ଭାବରେ କାର୍ଯ୍ୟ କରିବେ ।
ରାମସନ୍ସ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶକ ବ୍ରିଜେଶ ପାଣ୍ଡେ କହିଛନ୍ତି “ଦୀପ୍ତିପ୍ରିୟା ରାଣୀ ରଶୋମଣିରେ ତାଙ୍କର ଭୂମିକା ପାଇଁ ଆମ ସମସ୍ତଙ୍କର ହୃଦୟକୁ ଚୋରି କରିନେଇଛନ୍ତି ଏବଂ ସେହି ସ୍ନେହ ଓ ପ୍ରେମର କିଛି ଅଂଶ ଆମ ବ୍ରାଣ୍ଡ୍ ସହିତ ସଂଯୁକ୍ତ କରିବା ଆଶା ଆମେ ରଖିଛୁ । ସେ ଅତ୍ୟନ୍ତ ପ୍ରଗତିଶୀଳ, ଯୁବ ଏବଂ ଷ୍ଟାଇଲିଶ ଏବଂ ସର୍ବୋତ୍ତମ ହେବାର ଇଛାଶକ୍ତି ତାଙ୍କ ନିକଟରେ ରହିଛି, ଯାହା ବ୍ରାଣ୍ଡ୍ ରାମସନ୍ସର ବୈଶିଷ୍ଟ୍ୟକୁ ପ୍ରତିଫଳିତ କରୁଛି । ଉଭୟ ପକ୍ଷ ମଧ୍ୟରେ ବୁଝାମଣା ଉଲ୍ଲେଖନୀୟ ହୋଇଛି ଏବଂ ଏହା ବିଶ୍ୱାସରେ ଭରପୂର । ତାଙ୍କ ଉପରେ ନିର୍ଭରଯୋଗ୍ୟତା ଏବଂ ତାଙ୍କ ମଧ୍ୟରେ ଥିବା ଦୃଢ ଇଛାଶକ୍ତି ଏକ ପ୍ରଭାବୀ ଯାଦୁକାରୀ ଶକ୍ତି ସୃଷ୍ଟି କରିଛି ଏବଂ ଆମେ ସମୁଦାୟ ପୂର୍ବାଞ୍ଚଳ ବଜାରରେ ଆମର ପ୍ରଚାର ଅଭିଯାନ ଜରିଆରେ ସେହି ଅନୁରୂପ ଯାଦୁ ସୃଷ୍ଟିକରିବାକୁ ଲକ୍ଷ୍ୟ ରଖିଛୁ । ଦୀପ୍ତିପ୍ରିୟାଙ୍କୁ ସାଙ୍ଗରେ ନେଇ ଆମେ ଆମର ନୂଆ ଉତ୍ପାଦର ବଜାର ପ୍ରବେଶ ସହିତ ଆମ ପହଞ୍ଚ ପରିବ୍ୟାପ୍ତ କରିବା ପ୍ରୟାସ ଜାରି ରଖିବାକୁ ପ୍ରୟାସ କରୁଛୁ ।
ଏହି ଅବସରରେ ବେଙ୍ଗଲି ଭାଷାର ଚଳଚ୍ଚିତ୍ର ଓ ଧାରାବାହିକରେ ଜଣେ ଲୋକପ୍ରିୟ ଅଭିନେତ୍ରୀ ଦୀପ୍ତିପ୍ରିୟା ରୟ କହିଥିଲେ “ରାମସନ୍ସ ଗ୍ରୁପ୍ ଭଳି ବଜାରରେ ଅଗ୍ରଣୀ ସ୍ଥାନରେ ଥିବା ଏକ କମ୍ପାନୀ ସହିତ ସହଭାଗିତା କରି ସେ ଆନନ୍ଦ ଅନୁଭବ କରୁଛନ୍ତି । ମୂଲ୍ୟ ପାଇଁ ଉତ୍ପାଦ ଏବଂ ଗୁଣବତ୍ତା ତଥା ନବସୃଜନ ପାଇଁ ଏହି ବ୍ରାଣ୍ଡ୍ ସର୍ବଦା ପରିଚିତ ରହିଆସିଛି । ମୁଁ ଆଶା କରୁଛି ମୋର ପ୍ରଶଂସକ ଏବଂ ଦର୍ଶକମାନେ ମୋ ଉପରେ ଯେଉଁଭଳି ଭଲପାଇବା ଓ ସମର୍ଥନ ଅଜାଡି ଦେଇଛନ୍ତି ରାମସନ୍ସ ଗ୍ରୁପ୍ ପ୍ରତି ମଧ୍ୟ ତାହା ସେହିଭଳି ଦେଇଚାଲିବେ ।