ସସେସ୍ ଓ ମସଲା ସହ ଚାଇନିଜ ଉତ୍ପାଦ ବର୍ଗକୁ ସମୃଦ୍ଧ କଲା ନିଲନ୍ସ
ଭୁବନେଶ୍ୱର : ନିକଟରେ କରାଯାଇଥିବା ସର୍ଭେ ଅନୁଯାୟୀ ଚାଇନିଜ ଖାଦ୍ୟ ଭାରତରେ ଦ୍ୱିତୀୟ ସର୍ବାଧିକ ଲୋକପ୍ରିୟ ଖାଦ୍ୟ ତାଲିକାରେ ସ୍ଥାନପାଇଛି। ଯାହାର ବଜାର ଅଂଶ ୧୫% ରହିଛି। ଗ୍ରାହକଙ୍କ ମଧ୍ୟରେ ଏହାର ବର୍ଦ୍ଧିତ ଲୋକପ୍ରିୟତା, ଗ୍ରହଣୀୟତା ଓ ସ୍ୱାଚ୍ଛନ୍ଦ୍ୟକୁ ଦୃଷ୍ଟିରେ ରଖି ଭାରତର ଅନ୍ୟତମ ଅଗ୍ରଣୀ ପ୍ରକ୍ରୟାକୃତ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ ନିଲନ୍ସ ନିଜର ଚାଇନିଜ ଉତ୍ପାଦ ବର୍ଗକୁ ସୁଦୃଢ କରିଛି । କମ୍ପାନୀ ନିକଟରେ ସସେସ୍, ଚଟନି ଏବଂ ମସଲା ଆଦି ନୂଆ ଯୁଗର ବହୁବିଧ ଉତ୍ପାଦ ଯୋଗ କରିଛି । ଏହାର ଉତ୍ପାଦବର୍ଗ ମଧ୍ୟରେ ରେଡ ଆଣ୍ଡ ଗ୍ରିନ ଚିଲି ସସ୍, ସୋୟା ସସ, ଭିନେଗାର, ସେଚୁଆନ ଚଟନି, ମାଞ୍ଚୁରିଆନ ମସଲା, ଚିକେନ ୬୫ ମସଲା ଏବଂ ଚୋମିନ ମସଲା ଆଦି ଅନ୍ୟତମ ।
ଖାଣ୍ଟି ଏବଂ ଉନ୍ନତ ଗୁଣମାନର ଉପାଦାନରୁ ପ୍ରସ୍ତୁତ ଏହି ଉତ୍ପାଦ ବର୍ଗ ଖାଦ୍ୟଗୁଡିକୁ ବିବିଧ ସ୍ୱାଦଯୁକ୍ତ କରିବା ସହିତ ଘର ରାନ୍ଧୁଣିଆଙ୍କୁ ସେମାନଙ୍କର ରନ୍ଧନ କୌଶଳକୁ ନେଇ ପରୀକ୍ଷା ନିରୀକ୍ଷା କରିବା ଏବଂ ନୁଡଲ୍ସ ଠାରୁ ଫ୍ରାଏଡ ରାଇସ ଏବଂ ଅନ୍ୟାନ୍ୟ ସୁସ୍ୱାଦୁ ଖାଦ୍ୟ ପର୍ଯ୍ୟନ୍ତ ସେମାନଙ୍କର ମନପସନ୍ଦର ଚାଇନିଜ ଖାଦ୍ୟ ପ୍ରସ୍ତୁତ କରିବାର ସ୍ୱାଚ୍ଛନ୍ଦ୍ୟ ପ୍ରଦାନ କରିବ । ମୋଟାମୋଟି ଉତ୍ପାଦ ବର୍ଗ ସମ୍ପର୍କରେ ମତଦେଇ ନିଲନ୍ସର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଦୀପକ ସାଂଘଭୀ କହିଛନ୍ତି, “ଉପଭୋକ୍ତାଙ୍କର ଆହରଣ ଶୈଳୀରେ ପରିବର୍ତ୍ତନ ଘଟିବା ଏବଂ ଜନସାଧାରଣ ଘରେ ଥିବା ସମୟରେ ସେମାନଙ୍କର ଖାଦ୍ୟାଭ୍ୟାସକୁ ନେଇ ଅଧିକ ପରୀକ୍ଷା ନିରୀକ୍ଷା କରୁଥିବା ସମୟରେ ଆଗାମୀ ବର୍ଷଗୁଡିକରେ ଚାଇନିଜ ଖାଦ୍ୟ ସାମଗ୍ରୀ ବଜାରରେ ଆଧିପତ୍ୟ ଜାହିର କରିବା ଆଶା କରାଯାଉଛି । ଚାଇନିଜ ପ୍ୟାକେଜଡ ଖାଦ୍ୟ ବର୍ଗର ମୋଟାମୋଟି ବଜାର ପ୍ରାୟ ୮୦୦ କୋଟି ଟଙ୍କା ଏବଂ ସେଥିମଧ୍ୟରେ ସସେସ୍ ଓ ମସଲା ବ୍ୟବସାୟ ମିଳିତ ଭାବରେ ବାର୍ଷିକ ୧୫% ପୌନଃପୁନିକ ହାରରେ ବୃଦ୍ଧି ଘଟୁଛି । ଉପଭୋକ୍ତା ଦୃଷ୍ଟିକୋଣରୁ ଏହା ପିଲାଙ୍କ ମଧ୍ୟରେ ବିଶେଷ ପ୍ରିୟଭାଜନ ହୋଇଥିବା ମନେ ହେଉଛି ଏବଂ ଏହିସବୁ ଉତ୍ପାଦ, ବିଶେଷକରି ସେଚୁଆନ ଚଟନି, ମାଞ୍ଚୁରିଆନ, ଚୋମିନ ମସଲା ଆଦି ଖରିଦ କରିବା ନିଷ୍ପତ୍ତିକୁ ପ୍ରଭାବିତ କରିବାରେ ସେମାନେ ମୁଖ୍ୟ ଭୂମିକା ନେଉଛନ୍ତି । ଏହି ଉତ୍ପାଦଗୁଡିକ ସହିତ ସମ୍ପ୍ରତି ଜଣେ ଗୃହିଣୀ ଅଥବା ଘର ରାନ୍ଧୁଣିଆ ସେମାନଙ୍କର ମନପସନ୍ଦର ଚାଇନିଜ ଖାଦ୍ୟ ନିଜ ଘରେ ଆରାମରେ ଥାଇ ସହଜରେ ପ୍ରସ୍ତୁତ କରିପାରିବେ ।
ଏକ ସମକାଳୀନ ଏବଂ ଆକର୍ଷଣୀୟ ସାଚେଟ ପ୍ୟାକେଜିଂ, ପୁନଃବ୍ୟବହାର ଯୋଗ୍ୟ ସ୍ପାଉଟ ଏବଂ ବୋତଲ ପ୍ୟାକରେ ଏହି ସମୁଦାୟ ଉତ୍ପାଦ ବର୍ଗ ଦେଶର କୋଣ ଅନୁକୋଣରେ ସମସ୍ତ ସାଧାରଣ ବ୍ୟବସାୟ ସ୍ଥଳ ସମେତ ବଛାବଛା ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ହେବ । ଦୀପକ ସାଂଘଭୀ କହିଛନ୍ତି, “ଆମର ଉତ୍ପାଦଗୁଡିକ ପ୍ରସ୍ତୁତି ସମୟରେ ନିର୍ମାଣଗତ ମାନକକୁ ଉଚ୍ଚ ସ୍ତରରେ ଓ କଡାକଡି ଭାବରେ ଅନୁପାଳନ କରିବାକୁ ଆମେ ସୁନିଶ୍ଚିତ କରୁଛୁ ଏବଂ ଆମ ଉତ୍ପାଦଗୁଡିକର ତାଜାପଣକୁ ଦୀର୍ଘ ସମୟ ବଜାୟ ରଖିବାକୁ ଖାଦ୍ୟମାନର ବହୁସ୍ତରୀୟ ପ୍ୟାକେଜିଂ ସାମଗ୍ରୀ ବ୍ୟବହାର ଉପରେ ଗୁରୁତ୍ୱ ଦେଉଛୁ । ଆଗକୁ ଆଉ ଅନେକ ନୂଆ ନୂଆ ଉତ୍ପାଦ ସହିତ ଏହି ବର୍ଗକୁ ଉଲ୍ଲେଖନୀୟ ଭାବରେ ସମ୍ପ୍ରସାରିତ କରିବାକୁ ଆମେ ଚାହୁଁଛୁ ।