ସୌମ୍ୟ ଏକା ନୁହେଁ, ରାଧାନାଥ ଓ ହରେକୃଷ୍ଣ ମହତାବ ଲେଖୁଥିଲେ : ଦାମ

ଭୁବନେଶ୍ୱର : ସୌମ୍ୟରଞ୍ଜନ ପଟ୍ଟନାୟକ ‘ସମ୍ବାଦ’ରେ ବିଜେଡି ବିଧାୟକ ନୁହେଁ ଜଣେ ସମ୍ପାଦକ ହିସାବରେ ସମ୍ପାଦକୀୟ ଲେଖିଛନ୍ତି। ଏହାକୁ ନେଇ ରାଜନୀତି କରିବାର ଆବଶ୍ୟକତା ନାହିଁ। ଏହା କହିଛନ୍ତି ବରିଷ୍ଠ ରାଜନେତା ଡା.ଦାମୋଦର ରାଉତ।

ଶ୍ରୀ ରାଉତ କହିଛନ୍ତି କହିଛନ୍ତି ପୂର୍ବରୁ ରାଧାନାଥ ରଥ ସମାଜର ସମ୍ପାଦକ ଥିବାବେଳେ ଆଠଗଡର ବିଧାୟକ ଓ ମନ୍ତ୍ରିମଣ୍ଡଳର ସଦସ୍ୟ ଥିଲେ। ପ୍ରତି ଶନିବାର ସେ ସମାଜରେ ‘ଝିଟିପିଟି କହେ ନାମରେ ଏକ ସ୍ତମ୍ଭ ଲେଖୁଥିଲେ। ତତ୍କାଳୀନ ସମୟରେ ଦୁର୍ନୀତି ଓ ସମସ୍ୟାକୁ ସେ ନିଜ ସ୍ତମ୍ଭରେ ଉଲ୍ଲେଖ କରୁଥିଲେ। ସେହିପରି ଡ଼. ହରେକୃଷ୍ଣ ମହତାବ ପ୍ରମୁଖ ନେତା ଥିଲେ। କିନ୍ତୁ ପ୍ରତି ଗୁରୁବାର ପ୍ରଜାତନ୍ତ୍ରରେ ’ଗାଁ ମଜଲିସ’ ନାମକ ସ୍ତମ୍ଭ ଲେଖୁଥିଲେ। ସେଥିରେ ସମସାମୟିକ ଜନସମସ୍ୟା, ଶାସନରେ ଦୁର୍ନୀତି, ଅମଲାତନ୍ତ୍ର୍ରର କାରସାଦି ବାବଦରେ ଲେଖୁଥିଲେ। ଯାହାକୁ ପଢି ପାଠକ ମନରେ ନିଆଁ ଲାଗିଯାଉଥିଲା।
ସେ କହିଲେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ହେଉଛି ଗଣମାଧ୍ୟମ। ତେଣୁ ସୌମ୍ୟରଂଜନଙ୍କ ଲେଖାକୁ ନେଇ ରାଜନୀତି କରା ନଯାଉ। ଏହାଛଡା ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ନିଜେ ଆତ୍ମସମୀକ୍ଷା କରନ୍ତୁ ବୋଲି ଦାମ ଟିପ୍ପଣୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button