ତ୍ରିରଙ୍ଗା ଉଡାଇଲେ ସୀମା : ମୁହଁରେ ପାକିସ୍ତାନ ମୁର୍ଦ୍ଦାବାଦ ନାରା

ନୂଆଦିଲ୍ଲୀ : ସ୍ୱାଧୀନତା ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ହର୍ ଘର୍ ତିରଙ୍ଗା ଅଭିଯାନରେ ସାମିଲ ହୋଇଛନ୍ତି ସଚିନଙ୍କ ପାକିସ୍ତାନୀ ପ୍ରେମିକାରୁ ପତ୍ନୀ ସାଜିଥିବା ସୀମା ହାଇଦର। ସେ ତ୍ରିରଙ୍ଗା ସାଢ଼ି ପିନ୍ଧିଥିବା ବେଳେ ମୁଣ୍ଡରେ ବନ୍ଧା ହୋଇଥିଲା ‘ଜୟ ମାତାଦି’ ଚୂନରି। ପଡ଼ୋଶୀଙ୍କ ସହ ଏକାଠି ହୋଇ ଭାରତ ମାତାଙ୍କ ଜୟଗାନ କରିଥିଲେ। ଆଉ ଗାଇଥିଲେ ଜାତୀୟ ସଙ୍ଗୀତ। ଏହି ଅବସରରେ ପାକିସ୍ତାନ ମୁର୍ଦ୍ଦାବାଦ ଓ ହିନ୍ଦୁସ୍ଥାନ ଜିନ୍ଦାବାଦ ନାରା ଦେଇଛନ୍ତି ସୀମା।

ଖବର ଅନୁଯାୟୀ ଭାରତର ଜାତୀୟ ପତାକା ଉଡାଇ ଚର୍ଚ୍ଚାରେ ପାକିସ୍ତାନରୁ ଆସିଥିବା ସୀମା ହାଇଦର। ସେ ଭାରତ ମାତାଙ୍କ ଜୟଗାନ କରିବା ସହିତ ପାକିସ୍ତାନ ମୁର୍ଦ୍ଦାବାଦ ହେ, ମୁର୍ଦ୍ଦାବାଦ ଥା ଔର ମୁର୍ଦ୍ଦାବାଦ ରହେଗା ନାରା ଦେବାକୁ ପଛାଇ ନାହାନ୍ତି। କେବଳ ସେତିକି ନୁହେଁ ବନ୍ଦେ ମାତରମ୍ ବ୍ୟତୀତ ମୋଦୀ ସରକାର ଓ ଯୋଗୀ ସରକାରଙ୍କ ଜୟଗାନ କରିଛନ୍ତି ସୀମା। ଭାରତରେ ଜାତୀୟ ପତାକା ଉଡ଼ାଇ ଖୁବ ଖୁସିଥିବା ସେ କହିଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ପାକିସ୍ତାନର ପୁରୁଷ ବନ୍ଧୁ ନସରୁଲ୍ଲାଙ୍କ ପାଖକୁ ଯାଇଥିବା ଭାରତର ଅଂଜୁ ସେଠାରେ ସ୍ୱାଧୀନତା ଦିବସ ପାଳନ କରୁଛନ୍ତି। କେକ୍ କାଟି ମନାଇଛନ୍ତି ଖୁସି। ଯାହାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।

Leave a Reply

Your email address will not be published. Required fields are marked *

Back to top button