ସୁନ୍ଦରଗଡ଼ରେ ଜିଏସଟି ଚଢ଼ଉ

ସୁନ୍ଦରଗଡ଼ : ସୁନ୍ଦରଗଡ଼ର ଶ୍ୟାମ ଗାର୍ମେଣ୍ଟ ଓ ଶ୍ୟାମ କଲେକସନରେ ଜିଏସଟି ଚଢ଼ଉ। ଟିକସ ଫାଙ୍କି ଅଭିଯୋଗରେ ସମ୍ବଲପୁରର ତିନିଟି ଟିମ୍ ଚଢ଼ଉ କରିଥିବା ଜଣାପଡିଛି।
ଖବର ଅନୁଯାୟୀ ସୁନ୍ଦରଗଡ଼ରେ ଅନେକ ବ୍ୟବସାୟୀ ଜିଏସଟି ଫାଙ୍କି ବ୍ୟବସାୟ କରୁଥିବା ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ଜିଏସଟି ଟିମ ବିଭିନ୍ନ ସମୟରେ ଚଢ଼ଉ କରି ଜରିମାନା କରୁଛି। କିଛିମାସ ମଧ୍ୟରେ ସୁନ୍ଦରଗଡ଼ ସହରର ୪ଟି ବ୍ୟବସାୟୀଙ୍କ ଘରେ ଓ ଦୋକାନରେ ଚଢ଼ଉ ହୋଇଥିଲା। ଦୁଇଦିନ ତଳେ ସବଡ଼େଗାର ଏକ ଲୁହା, ସିମେଣ୍ଟ ଦୋକାନରେ ଚଢ଼ଉ ହୋଇଥିବା ବେଳେ ଶ୍ୟାମ ଗର୍ମେଣ୍ଟସରେ ଚଢାଉ ଜାରି ରହିଥିବା ସୂଚନା ମିଳିଛି।