ଟାଟା ଇଲେକ୍ଟ୍ରିକ ସାଇକେଲ : ଥରେ ଚାର୍ଜହେଲେ ଗଡିବ ୨୫ କିମି

ନୂଆଦିଲ୍ଲୀ : ଦେଶରେ ଯୁବପିଢିଙ୍କ ମଧ୍ୟରେ ଇଲେକ୍ଟ୍ରିକ୍ ସାଇକେଲ ବା ଇ-ସାଇକେଲର ଚାହିଦା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ସାଇକେଲ ନିର୍ମାତା ଷ୍ଟ୍ରାଇଡର୍ ଏହାର ନୂତନ ସାଇକେଲ ଜିଟା ପ୍ଲସକୁ ଲଞ୍ଚ କରିଛି। ଷ୍ଟ୍ରାଇଡର୍ ନାମରେ ଇଲେକ୍ଟ୍ରିକ ସାଇକେଲକୁ ଵିକ୍ରି କରୁଥିବା ଟାଟା। ଏହି ସାଇକେଲରେ ୩୬ ୱାଟ / ୬ଏଏଚ ବ୍ୟାଟେରୀ ଦିଆଯାଇଛି। ଥରେ ଚାର୍ଜ ହୋଇଗଲେ ୨୫ କିଲୋମିଟର ପର୍ଯ୍ୟନ୍ତ ଚାଲିବ। ଏହା ବ୍ୟତୀତ ଏଥିରେ ପେଡାଲ ମଧ୍ୟ ଦିଆଯାଇଛି। ଷ୍ଟ୍ରାଇଡର୍ ଜିଟା ପ୍ଲସ୍ ସହଜରେ ୧୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ବହନ କରିପାରିବ। ଷ୍ଟ୍ରାଇଡର୍ ଜିଟା ପ୍ଲସରେ ଖରାପ ରାସ୍ତା ପାଇଁ କମ୍ପାନୀ ଅତ୍ୟାଧୁନିକ ସସପେନ୍ସ ସିଷ୍ଟମ ଦେଇଛି।
ରିପୋର୍ଟ ଅନୁଯାୟୀ କମ୍ପାନୀ ଏହା ଉପରେ ଦୁଇ ବର୍ଷର ୱାରେଣ୍ଟି ଦେଉଛି। କୁହାଯାଉଛି ଏହି ସାଇକେଲର ଚାଲିବା ମୂଲ୍ୟ କିଲୋମିଟର ପ୍ରତି ୧୦ ପଇସା ହେବ। ବଜାରରେ ୨୬୯୯୫ ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ ସାଇକେଲ। ଏହାର ଉଭୟ ଆଗ ଓ ପଛରେ ଡିସ୍କ ବ୍ରେକ୍ ଦିଆଯାଇଛି। ଚାରି ଘଣ୍ଟା ମଧ୍ୟରେ ଷ୍ଟ୍ରାଇଡର୍ ଜିଟା ପ୍ଲସ୍ ସମ୍ପୂର୍ଣ୍ଣ ଚାର୍ଜ ହୋଇଯାଉଥିବା ବେଳେ ଏହାକୁ ଷ୍ଟ୍ରାଇଡରର ଅଫିସିଆଲ୍ ୱେବସାଇଟରୁ କିଣି ପାରିବେ। ଏହି ସାଇକେଲରେ ୨୫୦ ୱାଟର ଇଲେକ୍ଟ୍ରିକ୍ ମୋଟର ରହିଛି। କମ୍ପାନୀ କହିଛି ଷ୍ଟ୍ରାଇଡର୍ ଜିଟା ପ୍ଲସରେ ପୂର୍ବ ମଡେଲ ଅପେକ୍ଷା ଏକ ବଡ ବ୍ୟାଟେରୀ ପ୍ୟାକ୍ ଦିଆଯାଇଛି। ଷ୍ଟ୍ରାଇଡର୍ ଜିଟା ପ୍ଲସ ହ୍ୟାଣ୍ଡେଲରେ ରହିଥିବା ଡିସପ୍ଲେରେ, ବ୍ୟାଟେରୀ ରେଞ୍ଜ ବାବଦରେ ତଥ୍ୟ ଉପଲବ୍ଧ ହେବ।