ମହିଳାଙ୍କ ଛୋଟ ପୋଷାକ ପାଇଁ ମୋ କ୍ୟାରିୟର ଶେଷ ହୋଇଗଲା

ନୂଆଦିଲ୍ଲୀ : ଏକଦା ହିନ୍ଦୀ ସିନେମାରେ ନେ‌ଗେଟିଭ ଚରିତ୍ର ପାଇଁ ୭୦ ଦଶକରେ ଚର୍ଚ୍ଚାରେ ଥିବା ବଲିଉଡ ଅଭିନେତା ରଞ୍ଜିତ ସିନେମା ଜଗତରୁ ଦୂରେଇ ଯାଇ ଏବେ ପରିବାର ସହିତ ସମୟ କାଟୁଛନ୍ତି। ନିକଟରେ ସେ ସିନେମା ଜୀବନ ସମ୍ପର୍କରେ ଆଲୋଚନା କରି କହିଛନ୍ତି ମହିଳାଙ୍କ ଫ୍ୟାସନ ପାଇଁ ତାଙ୍କ ଅଭିନୟ କ୍ୟାରିୟର ଶେଷ ହୋଇଥିଲା।

ରଞ୍ଜିତ କହିଛନ୍ତି ସେହି ସମୟରେ ଅନେକ ‌ଲୋକ ସିନେମା ସାଇନ କରିବା ପୂର୍ବରୁ ସ୍କ୍ରିପ୍ଟ ପଢ଼ୁ ନଥିଲେ। ଏପରିକି ହିରୋମାନଙ୍କୁ ସ୍କ୍ରିପ୍ଟର କିଛି ଲାଇନ ଶୁଣାଯାଇଥାଏ। ମୁଁ କେବେ କାହାରି ସ୍କ୍ରିପ୍ଟକୁ ନେଇ କୌଣସି ତ୍ରୁଟି ବାହାର କରି ନାହିଁ। କାରଣ ମୋତେ ଭିଲେନ ରୋଲ କରିବା‌ରେ କୌଣସି ଅସୁବିଧା ନଥିଲା। ଯେତେବେଳେ ଯେଉଁ ଚରିତ୍ର ମିଳୁଥିଲା ମୁଁ କରି ଦେଉଥିଲି। ଏହାକୁ ନେଇ ମୋ ପରିବାରକୁ ପ୍ରଭାବ ପଢ଼ିଥିଲା। ପ୍ରଥମଥର ପରଦାରେ ମୋ ଚରିତ୍ରକୁ ଦେଖିବା ପରେ ପରିବାର ଲୋକ ମୋତେ ଘରେ ପୂରାଇ ଦେଇ ନଥିଲେ।

ପରବର୍ତ୍ତୀ ସମୟରେ ସବୁକିଛି ଠିକ ହୋଇଯାଇଥିଲା। ରେପ ସିନ କରିବା ପୂର୍ବରୁ ମୋ କୋ-ଷ୍ଟାରଙ୍କୁ ମୁଁ ସ୍ୱାଭାବିକ ରହିବାକୁ କହିଥାଏ। ଫଳରେ ସିନଟି ଜୀବନ୍ତ ଲାଗେ। କିନ୍ତୁ ସେତେବେଳେ ଏତେ ଅଶ୍ଳୀଳତା ନଥିଲା। ମୁଁ ସବୁବେଳେ ମଜାକରେ କୁହେ ଫ୍ୟାସନରେ ପରିବର୍ତ୍ତନ ମୋ କ୍ୟାରିୟର ଶେଷ କରି ଦେଲା। କାରଣ ମହିଳାମାନେ ଛୋଟ ପୋଷାକ ପିନ୍ଧିବାକୁ ଲାଗିଲେ। ଆଉ କିଛି ଖୋଲିବାକୁ ରହିଲା ନାହିଁ।

Leave a Reply

Your email address will not be published. Required fields are marked *

Back to top button