ତିହାର ଜେଲ ଗ୍ୟାଙ୍ଗୱାରରେ ଦୁଇ ଗୁରୁତର

ନୂଆଦିଲ୍ଲୀ : ଦିଲ୍ଲୀ ତିହାର ଜେଲ୍ ଭିତରେ କଏଦୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଦୁଇଗୋଷ୍ଠୀ କଏଦୀଙ୍କ ମଧ୍ୟରେ ହୋଇଥିବା ଏହି ସଂଘର୍ଷରେ ଦୁଇଜଣ କଏଦୀ ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେଜେଲ୍ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ସହିତ ବରିଷ୍ଠ ଅଧିକାରୀମାନେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ଆହତମାନଙ୍କୁ ଡିଡିୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।
ଖବର ଅନୁଯାୟୀ ଏହି ସଂଘର୍ଷରେ ସାମିଲ ଉଭୟ ଗୋଷ୍ଠୀର କଏଦୀମାନଙ୍କ ବିଭିନ୍ନ ଗୁରୁତର ମାମଲା ବିଚାରାଧୀନ ରହିଛି। ଏମାନେ ଦିଲ୍ଲୀର ଦୁଇଟି ବିରୋଧୀ ଗ୍ୟାଙ୍ଗର ସଦସ୍ୟ। ସେମାନେ ପରସ୍ପରକୁ ଧାରୁଆ କଣ୍ଟା ଦ୍ଵାରା ଆକ୍ରମଣ କରିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଗତ ୨ ତାରିଖ ତିହାର ଜେଲରେ ହୋଇଥିବା ଗ୍ୟାଙ୍ଗୱାରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିଆକୁ ଲରେନ୍ସ ବିଷ୍ନୋଇର ସହଯୋଗୀମାନେ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି।