ମୋ ବସ୍ ପରି ମେଟ୍ରୋ ରେଳ ପ୍ରକଳ୍ପ ସଫଳ ହେବ : ଭର୍ତ୍ତୃହରି ମହତାବ

କଟକ : ମୋ ବସ୍ ପ୍ରକଳ୍ପ ଭଳି ମେଟ୍ରୋ ରେଳ ପ୍ରକଳ୍ପ ସଫଳ ହେବ। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ଭୁବନେଶ୍ଵର-ତ୍ରିଶୁଳିଆ ମେଟ୍ରୋ ରେଳ ପ୍ରକଳ୍ପ ଏକ ସମୟୋଚିତ ପଦକ୍ଷେପ ବୋଲି କହିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ।

ଶ୍ରୀ ମହତାବ କହିଛନ୍ତି ଜାତୀୟ ରାଜପଥ ଓ ତ୍ରିଶୁଳିଆ-ନନ୍ଦନକାନନ ରାସ୍ତାରେ ଗମନାଗମନ ବହୁ ମାତ୍ରାରେ ବୃଦ୍ଧି ପାଇଛି। ଯାହାଫଳରେ ଅଧିକାଂଶ ସମୟରେ ଟ୍ରାଫିକ ଜାମ୍ ଭଳି ପରିସ୍ଥିତି ସୃଷ୍ଟି ହେଉଛି। ଏହି ମେଟ୍ରୋ ରେଳ ପ୍ରକଳ୍ପ ଟ୍ରାଫିକ ଭିଡ କମାଇବା ପାଇଁ ବେଶ୍ ସହାୟକ ହେବ। ପ୍ରକଳ୍ପ ପାଇଁ ଅନ୍ତର୍ଜାତୀୟ ୠଣ ପ୍ରଦାନକାରୀ ସଂସ୍ଥା ଓଡିଶାକୁ ଆର୍ଥିକ ସହାୟତା ଦେବ। କେବଳ ଅନୁମତି ଦେବେ କେନ୍ଦ୍ର ସରକାର। ଯେହେତୁ ଭୂମିଗତ ନହୋଇ କଂକ୍ରିଟ ପୋଲ ଉପରେ ମେଟ୍ରୋ ଟ୍ରେନ୍‌ ଯାତାୟାତ କରିବ। ତେଣୁ ଅପେକ୍ଷାକୃତ କମ୍ ସମୟରେ ପ୍ରକଳ୍ପ କାମ ସରିବ।

ସେ କହିଲେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାରେ ମେଟ୍ରୋ ରେଳ ଚଳାଚଳ ନେଇ ପ୍ରତିଶ୍ରୁତି ଦେଇଥିଲା। ନିର୍ବାଚନର ୪ବର୍ଷ ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରି ପ୍ରତିଶ୍ରୁତି ପୂରଣ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button