ଦଳିତ ନାବାଳକକୁ ମାଡମାରି ପରିସ୍ରା ପିଆଇଲେ

ଜୌନପୁର : ଉତ୍ତରପ୍ରଦେଶ ଜୌନପୁର ଜିଲ୍ଲାରେ ଜଣେ ଦଳିତ ନାବାଳକକୁ ନିର୍ଯାତନା। ଗାଁର ଦୁଇଜଣ ବ୍ୟକ୍ତି ନିର୍ମମ ମାଡ଼ ମାରିବା ସହିତ ପରିସ୍ରା ପିଇବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି।
ଖବର ଅନୁଯାୟୀ ଘଟଣା ସମ୍ପର୍କରେ ଖବର ପାଇ ଜୌନପୁର ଏସପି ଅଜୟ ପାଲ ଶର୍ମା ନାବାଳକର ଡାକ୍ତରୀ ମାଇନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ଅଭିଯୁକ୍ତଙ୍କ ବିରୋଧରେ ରୁଜୁ ହୋଇଛି ମାମଲା। ନାବାଳକର ବାପା କହିଛନ୍ତି ଆକ୍ରମଣକାରୀମାନେ ତାଙ୍କୁ ଭୟଭୀତ କରି ଘଟଣା ବିଷୟରେ କର୍ତ୍ତୃପକ୍ଷଙ୍କୁ ନ ଜଣାଇବା ପାଇଁ ଚେଷ୍ଟା କରିଥିଲେ। ସେ ସୁଜାନଗଞ୍ଜ ଥାନାକୁ ଯାଇ ଅଭିଯୋଗ କରିଥିଲେ ହେଁ ପୋଲିସ ମାମଲା ରୁଜୁ କରିବାକୁ ମନା କରିଦେବାରୁ ସେ ଜୌନପୁର ଏସପିଙ୍କ ନିକଟକୁ ଯାଇଥିଲେ।
ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ପକ୍ଷରୁ ଅଭିଯୋଗ ହୋଇଛି ନାବାଳକ ସେମାନଙ୍କ ପରିବାରର ଜଣେ ଝିଅକୁ ଯୌନ ନିର୍ଯାତନା ଦେଇଛି। ଏନେଇ ନାବାଳକ ବିରୋଧରେ ସେମାନେ ଏଫ୍ଆଇଆର୍ ଦାଖଲ କରିଛନ୍ତି।