ଆମ୍ବରେ ଅନେକ ଔଷଧୀୟ ଗୁଣ
ଆମ୍ବ ପ୍ରାୟ ସମସ୍ତଙ୍କର ପ୍ରିୟ ଫଳ। ବର୍ଷସାରା ବଜାରରେ ଆମ୍ବ ମିଳୁଛି। କିନ୍ତୁ ଖରାଦିନେ ଏହାର ଥାଏ ଅଧିକ ଚାହିଦା। ବିଭିନ୍ନ କିସମର ଆମ୍ବ ଏହି ଋତୁରେ ଉପଲବ୍ଧ ହୁଏ। ଏହି ଫଳରେ ଅନେକ ଔଷଧୀୟ ଗୁଣ ରହିଛି। ତେବେ ଆସନ୍ତୁ ଜାଣିବା ……..।
ଆମ୍ବରେ ପ୍ରାୟ ୨୦ଟି ବିଭିନ୍ନ ଖଣିଜ ପଦାର୍ଥ ଓ ଭିଟାମିନ୍ ରହିଛି। ଉଭୟ କଞ୍ଚା ଓ ପାଚିଲା ଆମ୍ବରେ ପୌଷ୍ଟିକ ତତ୍ୱ ଭରପୁର। ଏହା ରୋଗ ପ୍ରତିରୋଧକ ଶକ୍ତିରେ ସାହାଯ୍ୟ କରିଥାଏ। ଏସିଡିଟି ସମସ୍ୟା ଥିଲେ କଞ୍ଚା ଆମ୍ବ ଖାଇବା ଖୁବ ଲାଭଦାୟକ। ପେଟରେ ସମସ୍ତ ପ୍ରକାର ବିକାର ଦୂର କରିବାରେ ଏହା ସହାୟକ ହୋଇଥାଏ।
ସେହିପରି ନିୟମିତ କଞ୍ଚା ଆମ୍ବ ଖାଇଲେ ତ୍ୱଚା ଉଜ୍ୱଳ ରହିବା ସହିତ ଶରୀରରେ ଆଇରନ ଅଭାବକୁ ପୂରଣ କରେ। ମଧୁମେହ ରୋଗରେ ପୀଡିତ ହୋଇଥିଲେ କଞ୍ଚା ଆମ୍ବ ଖାଇବା ଉଚିତ। ଏହାଦ୍ୱାରା ସୁଗାର ସ୍ତର ହ୍ରାସ ପାଇଥାଏ। କର୍କଟ, ହୃଦରୋଗ ସମ୍ବନ୍ଧୀୟ ସମସ୍ୟା ଓ ଅନ୍ୟାନ୍ୟ ସମସ୍ୟା ଭଳି ଅନେକ ରୋଗକୁ ରୋକିପାରେ।
ଏହାଛଡା ଆମ୍ବ ଟାକୁଆରେ ରହିଛି ସାଇଟ୍ରିକ୍ ଏସିଡ୍। ଏହା ହଜମ ପ୍ରକ୍ରିୟାକୁ ଠିକ୍ ରଖିବାରେ ସହାୟକ ହୋଇଥାଏ। ଓଜନ କମାଇବାରେ ସାହାଯ୍ୟ କରେ। ଶରୀରରେ କ୍ୟାଲସିୟମ ବଢାଇବା ସହିତ ହାଡକୁ ମଜବୁତ କରିଥାଏ।