ଏଣିକି ଭୋଟର ତାଲିକାରେ ନାଁ ଆପେ ଯୋଡିହେବ ଓ କଟିବ

ନୂଆଦିଲ୍ଲୀ : ଏଣିକି ୧୮ ବର୍ଷରୁ ଅଧିକ ହେଲେ ଭୋଟର ତାଲିକାରେ ନାଁ ଆପେ ଆପେ ଯୋଡିହୋଇଯିବ। ମୃତ୍ୟୁ ପରେ ନାମ ହଟିଯିବ। କେନ୍ଦ୍ର ସରକାର ଏ ସମ୍ପର୍କିତ ଏକ ବିଲ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ସୂଚନା ଦେଇଛନ୍ତି।

ଦିଲ୍ଲୀରେ ଜନଗଣନା କାର୍ଯ୍ୟାଳୟର ଉଦଘାଟନ ଅବସରରେ ଅମିତ ଶାହ କହିଛନ୍ତି ବିଲର ନିୟମ ଅନୁସାରେ ଜନ୍ମ ଓ ମୃତ୍ୟୁ ରେଜଷ୍ଟ୍ରାରକୁ ଭୋଟର ତାଲିକାରେ ଯୋଡିବା ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଖବର ଅନୁଯାୟୀ ଜନ୍ମ ଓ ମୃତ୍ୟୁ ପଂଜିକରଣ ଆଇନ-୧୯୬୯ର ସଂଶୋଧନ ପାଇଁ ବିଲ ଆସିବ। ଏହାଦ୍ୱାରା ପାସପୋର୍ଟ, ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଅନ୍ୟାନ୍ୟ ସରକାରୀ ଯୋଜନାର ଲାଭ ମିଳିବା ସୁବିଧାଜନକ ହେବ। ଜନଗଣନା ସଠିକ ଭାବେ ହେବା ସହ ବିକାଶ ପାଇଁ ନୂଆ ଯୋଜନା ହୋଇପାରିବ। ସେହପରି ଆଗାମୀ ଜଣଗଣନା ହେବ ଇ-ଜନଗଣନା। ଏଥିପାଇଁ ମୋବାଇଲ ଆପ୍ଲିକେଶନ ତିଆରି ହେବ। ଯାହାଫଳରେ ଘରେ ବସି ଡାଟା ଅପଡେଟ୍ କରିହେବ।

ସୂଚନାଯୋଗ୍ୟ ସ୍ୱାଧୀନତା ପରେ ଦେଶରେ ୭ ଥର ଜନଗଣନା ହୋଇସାରିଛି। ୨୦୧୧ରେ ହୋଇଥିଲା ଶେଷ ଜନଗଣନା। ୨୦୨୧ରେ ଜନଗଣନା ହେବାର ଥିଲା। କିନ୍ତୁ କରୋନା ଯୋଗୁଁ ଏହା ସମ୍ଭବ ହୋଇପାରିନାହିଁ। ଏ ବର୍ଷ ଜାନୁଆରୀରେ ଅଫିସ ଅଫ ରେଜିଷ୍ଟ୍ରାର ଓ ସେନସସ୍ ସବୁ ରାଜ୍ୟକୁ ୩୦ଜୁୁନ ସୁଦ୍ଧା ପ୍ରଶାସନିକ ସୀମା ନିର୍ଦ୍ଧାରଣ ପାଇଁ କହିଛନ୍ତି। ସାଧାରଣତଃ ପ୍ରଶାସନିକ ସୀମା ନିର୍ଦ୍ଧାରଣର ୩ମାସ ପରେ ଜଣଗଣନା ହୋଇଥାଏ। ତେଣୁ ସେପେଟମ୍ବର ୩୦ ପରେ ଦେଶରେ ଜନଗଣନା ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *

Back to top button