ତାମିଲନାଡୁରେ ‘ଦ କେରଳ ଷ୍ଟୋରୀ’ ବ୍ୟାନ୍‌

ମୁମ୍ଵାଇ : ରିଲିଜ୍ ପୂର୍ବରୁ ଫିଲ୍ମ ‘ଦ କେରଳ ଷ୍ଟୋରୀ’ ବିବାଦରେ ଛନ୍ଦି ହୋଇଥିଲା। ମଇ ପହିଲାରେ ମୁକ୍ତିଲାଭ କରିଥିଲେ ହେଁ ଏହି ଫିଲ୍ମକୁ ବିବାଦ ଛାଡୁନାହିଁ। ଲୋକମାନେ କହୁଛନ୍ତି ଏହି ଚଳଚ୍ଚିତ୍ର କେରଳ ରାଜ୍ୟର ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରୁଛି। ଖବର ମିଳିଛି ତାମିଲନାଡୁରେ ‘କେରଳ ଷ୍ଟୋରୀ’କୁ ବ୍ୟାନ୍‌ କରାଯାଇଛି।

ରବିବାର ତାମିଲନାଡୁ ସରକାର ସମସ୍ତ ମଲ୍ଟିପ୍ଲେକ୍ସ ଥିଏଟରରେ ‘ଦ କେରଳ ଷ୍ଟୋରୀ’ ପ୍ରଦର୍ଶନ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଫଳରେ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏହି ଚଳଚ୍ଚିତ୍ରଟି ରିଲିଜ୍ ପୂର୍ବରୁ ମାମଲା କୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ଏହାକୁ ନିଷିଦ୍ଧ କରିବାକୁ ହୋଇଥିଲା ଦାବି। କଂଗ୍ରେସ ମଧ୍ୟ ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛି।

Leave a Reply

Your email address will not be published. Required fields are marked *

Back to top button