ବଦଳିଲା କ୍ରିକେଟ ନିୟମ : ହାଇରିସ୍କ ପୋଜିସନରେ ହେଲମେଟ୍ ବାଧ୍ୟତାମୂଳକ
![ବଦଳିଲା କ୍ରିକେଟ ନିୟମ : ହାଇରିସ୍କ ପୋଜିସନରେ ହେଲମେଟ୍ ବାଧ୍ୟତାମୂଳକ 1 janatakhabar.in](https://janatakhabar.in/wp-content/uploads/2023/05/cricket-Umpire-1.jpg)
ନୂଆଦିଲ୍ଲୀ : କ୍ରିକେଟ୍ ଖେଳ ନିୟମରେ ପରିବର୍ତ୍ତନ। ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନସିଲ୍ କ୍ରିକେଟ୍ ଖେଳରେ ୩ଟି ଗୁରୁତ୍ୱପୂର୍ଣ୍ଣ ନିୟମ ସାମିଲ କରିଛି। ଫଳରେ ଏଣିକି ଆଉ ଅମ୍ପାୟାର୍ସଙ୍କ ସଫ୍ଟ ସିଗନାଲ ରହିବ ନାହିଁ। ରିସ୍କ ପୋଜିସନ ଅର୍ଥାତ ଫୋଷ୍ଟ ବୋଲରଙ୍କ ବିରୁଦ୍ଧରେ ବ୍ୟାଟିଂ, କିପିଂ ଓ ଫିଲ୍ଡିଂ କରୁଥିବା ଖେଳାଳିଙ୍କ ପାଇଁ ହେଲମେଟ୍ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।
ସେହିପରି ପୂର୍ବରୁ ଫ୍ରି ହିଟ୍ ବଲରେ ବ୍ୟାଟ୍ସମ୍ୟାନ୍ ଆଉଟ୍ ହେଲେ ଯଦି ସେହି ବଲରେ ରନ୍ ନେଇଥିବେ ତାହାକୁ ବ୍ୟାଟ୍ସମ୍ୟାନ୍ ଖାତାରେ ଗଣା ହେଉନଥିଲା। ଏବେ କିନ୍ତୁ ଫ୍ରି ହିଟ୍ ବଲରେ ଆଉଟ୍ ହେଲେ ବ୍ୟାଟ୍ସମ୍ୟାନ୍ ଯଦି ରନ୍ ନେଇଥାନ୍ତି ତାହା ତାଙ୍କ ରନରେ ଯୋଡାଯିବ। ଏହି ନିୟମ ଆସନ୍ତା ଜୁନ୍ ୧ ତାରିଖରୁ ଆରମ୍ଭ ହେଉଥିବା ଇଂଲଣ୍ଡ ଓ ଆର୍ୟଲ୍ୟାଣ୍ଡ ମ୍ୟାଚରୁ ଆରମ୍ଭ ହେବ ବୋଲି ଆଇସିସି ସୂଚନା ଦେଇଛି।