ଭିସେରା ରିପୋର୍ଟ : ମୃତ୍ୟୁ ପୂର୍ବରୁ ନିଶା ସେବନ ଅରିଥିଲେ ଚିନ୍ମୟୀ

ଭୁବନେଶ୍ଵର : ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ପୂର୍ବରୁ ନିଶା ସେବନ ଅରିଥିଲେ। ଭିସେରା ରିପୋର୍ଟରେ ଚିନ୍ମୟୀ ଇଥାଇଲ ଆଲକହଲ ସେବନ କରିଥିବା ସମ୍ବଲପୁର ଏସ୍ପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି।
ସେ କହିଛନ୍ତି ଚିନ୍ମୟୀ ଓ ତାଙ୍କ ପୁରୁଷବନ୍ଧୁ ହୋଟେଲରେ ପିଇବା ବେଳର ସିସିଟିଭି ଫୁଟେଜ ସିଜ୍ ହୋଇଛି। କିନ୍ତୁ ବ୍ୟବଚ୍ଛେଦ ଓ ଡାୟାଟମ ରିପୋର୍ଟରେ ମୃତ୍ୟୁର କାରଣ ପାଣିରେ ବୁଡ଼ି ବୋଲି ଆସିଥିଲା। ଏହା ଆତ୍ମହତ୍ୟା ନା କେହି ଏଥିପାଇଁ ପ୍ରବର୍ତ୍ତାଇଥିଲେ ତାହାର ତଦନ୍ତ ଚାଲିଛି।
ସୂଚନାଯୋଗ୍ୟ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାକୁ ଯାଇଥିବା ଚିନ୍ମୟୀଙ୍କର ଅକାଳ ମୃତ୍ୟୁ ହୋଇଥିଲା। ପାୱାର ଚ୍ୟାନେଲ ବ୍ରିଜରୁ ଉଦ୍ଧାର ହୋଇଥିଲା ମୃତଦେହ। ଚିନ୍ମୟୀଙ୍କ ସହ ଉକ୍ତ ସମୟରେ ବନ୍ଧୁ ପ୍ରିତୀମାନ ଥିବାରୁ ଝିଅ ମୃତ୍ୟୁ ପଛରେ ତାଙ୍କ ହାତଥିବା ପିତାମାତା ସନ୍ଦେହ କରିଥିଲେ।
ଅନ୍ୟପକ୍ଷରେ ଏହି ଘଟଣାର ପ୍ରୀତିମାନ ଦେ ଓ ମାନସ ଟୁଡ଼ୁଙ୍କର ଲାଇଡିଟେକ୍ସନ୍ କରାଯାଇଥିଲା। ସେମାନେ ସତ କହିଥିବା ରିପୋର୍ଟ ଆସିବାରୁ ସେମାନଙ୍କୁ ଗିରଫ କରାଯାଇ କେବଳ ନୋଟିସ୍ ଦେଇ ଛାଡ଼ି ଦିଆଯାଇଛି। ଯେତେବେଳେ ପୋଲିସ୍ ଡାକିବ ଥାନାରେ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ ସେମାନଙ୍କୁ କୁହାଯାଇଛି ବୋଲି ଏସ୍ପି କହିଛନ୍ତି।