ଲୋକପ୍ରିୟତା ପରେ ହେଲା ଅଦାଙ୍କ ଫୋନ ନମ୍ବର ଲିକ୍

ମୁମ୍ବାଇ : ବହୁଚର୍ଚ୍ଚିତ ଫିଲ୍ମ ‘ଦି କେରଳ ଷ୍ଟୋରୀ’ ଚଳିତମାସ ୫ ତାରିଖରେ ରିଲିଜ୍ ହୋଇଥିଲା। ଫିଲ୍ମର ବଜେଟ ଥିଲା ମାତ୍ର ୧୫ରୁ ୨୦କୋଟି। କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଥିବା ବେଳେ ଖୁବଶୀଘ୍ର ୨୦୦କୋଟି କ୍ଲବରେ ସାମିଲ ହେବ ବୋଲି ଜଣାପଡ଼ିଛି।

‘ଦି କେରଳ ଷ୍ଟୋରୀ’ ଫିଲ୍ମରେ ପ୍ରତ୍ୟେକ ଚରିତ୍ରକୁ ଗୁରୁତ୍ଵ ଦିଆଯାଇଛି। ହେଲେ ଅଭିନେତ୍ରୀ ଅଦା ଶର୍ମାଙ୍କ ଚରିତ୍ରକୁ ନେଇ ଚାରିଆଡେ ଆରମ୍ଭ ହୋଇଛି ଚର୍ଚ୍ଚା। ତାଙ୍କୁ କିଭଳି ପ୍ରେମ ଜାଲରେ ଫସାଇ ଧର୍ମ ପରିବର୍ତ୍ତନ କରାଯାଉଛି। ଗର୍ଭବତୀ ଥିବା ସମୟରେ ସ୍ଵାମୀ ରଖୁଛନ୍ତି ଜବରଦସ୍ତ ଶାରୀରିକ ସମ୍ପର୍କ। ମା’ ହେବା ପରେ ଏକାଧିକ ଲୋକ ତାଙ୍କ ସହ କରୁଛନ୍ତି ଦୁଷ୍କର୍ମ। ଏସବୁ ଫିଲ୍ମରେ ଦେଖିବାକୁ ମିଳିଛି। ଯେଉଁଥିପାଇଁ ଲୋକପ୍ରିୟତା ସହ ତାଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିବା ଜଣାପଡିଛି।

ଅଦାଙ୍କ ମୋବାଇଲ ନମ୍ବର ଲିକ୍ ଯୋଗୁ ଏପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ଜଣେ ଇନଷ୍ଟାଗ୍ରାମ ବ୍ୟବହାରକାରୀ ଅଦାଙ୍କ ନମ୍ବର ଲିକ୍ କରିଥିବା କୁହାଯାଉଛି। ଝାମୁଣ୍ଡା ବୋଲତେ ନାମକ ଇନଷ୍ଟାଗ୍ରାମ ବ୍ୟବହାରକାରୀ ଅଦାଙ୍କ ନମ୍ବର ଲିକ୍ କରିବା ସହ ତାଙ୍କର ନୂଆ ନମ୍ବର ଲିକ୍ କରିବେ ବୋଲି ଧମକ ଦେଇଥିଲେ। ହେଲେ ପରେ ସେ ଏହି ପୋଷ୍ଟକୁ ହଟାଇ ନିଜ ଆକାଉଣ୍ଟକୁ ନିଷ୍କ୍ରିୟ କରିଦେଇଥିଲେ। ଏବେ ସେ କରିଥିବା ପୋଷ୍ଟର ସ୍କ୍ରିନସଟ ଭାଇରାଲ ହେଉଥିବାରୁ ସାଇବର ପୋଲିସ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

Back to top button