ଶତ୍ରୁ ଉପରେ ଉଡି ଉଡି ଆକ୍ରମଣ କରିବ ଏମ୍-୭୭୭ ତୋପ ଗୋଳା

ନୂଆଦିଲ୍ଲୀ : ଭାରତର ଉତ୍ତର ଓ ଉତ୍ତପ-ପୂର୍ବ ସୀମାରେ ମୁତୟନ ହେଲା ଶକ୍ତିଶାଳୀ ତୋପ ଏମ୍-୭୭୭। ଏହି ତୋପ ଯେକୌଣସି ମୌସୁମୀରେ ୨୪ରୁ ୪୦ କିମି ପର୍ଯ୍ୟନ୍ତ ଶତ୍ରୁ ଉପରେ ଆକ୍ରମଣ କରିବାକୁ ସକ୍ଷମ।
ଖବର ଅନୁଯାୟୀ ଏମ୍-୭୭୭ରେ ବ୍ୟବହାର ହେଉଥିବା ଗୋଳାକୁ ଲଙ୍ଗ୍ ରେଞ୍ଜ୍ ମ୍ୟାନୁବାରିଂ ପ୍ରୋଜେକ୍ଟାଇଲ ବା ଏଲଆରଏମପି କୁହାଯାଏ। ଏହି ଗୋଳା ନଳୀରୁ ବାହାରିବା ପରେ ମାତ୍ର କିଛି ସେକେଣ୍ଡରେ ବିମାନ ଭଳି ଉଡିବାକୁ ଲାଗେ। ଗୋଳାରୁ ବାହାରିଆସିଥାଏ ପଙ୍ଖ। ଯାହାକି ଏହାର ଦିଗ ପରିବର୍ତ୍ତନରେ ହୁଏ ସହାୟକ। ଯାହାଫଳରେ ତୋପର ଗୋଳାର ଟାର୍ଗେଟରୁ ଖସିବାକୁ ଚେଷ୍ଟା କରୁଥିବା ଶତ୍ରୁ ବଞ୍ଚିପାରେନି। ଜେନେରାଲ୍ ଏଣ୍ଟାମିକ୍ସ କମ୍ପାନୀ ଏହାର ନିର୍ମାତା। ଖବ୍ ଶୀଘ୍ର ଏହି ଗୋଳା ଏମ୍-୭୭୭ରେ ଲଗାଯିବାର ଯୋଜନା ରହିଛି। ଯଦ୍ୱାରା ଭାରତୀୟ ଏମ୍-୭୭୭ରେ ତୋପ ଗୋଳରେ ଶତ୍ରୁ ରାଷ୍ଟ୍ର ପାକିସ୍ତାନ୍ ଓ ଚୀନର ବଙ୍କର, ତୋପ ଓ ଅସ୍ତ୍ରଶସ୍ତ୍ର ଡିପୋକୁ ଧ୍ୱସ୍ତ ବିଧ୍ୱସ୍ତ କରିବା ଅତି ସହଜ ହୋଇଯିବ।
ଆହୁରି ଜଣାପଡିଛି ଏଲଆରଏମପି ଗୋଳାକୁ ନଷ୍ଟ କରିବା ସମ୍ଭବ ନୁହେଁ। ଏଥିରେ ର୍ୟାମଜେଟ୍ ଇଞ୍ଜିନ୍ ଲଗା ହୋଇଛି। ଯେଉଁଥିପାଇଁ ଗତି ବହୁକ ଅଧିର ହୋଇଥାଏ। ତେଣୁ ଏହି ତୋପ ଆଗକୁ ଶତ୍ରୁ ପାଇଁ କାଳ ସାଜିବ।



























