ସାକ୍ଷରତା ହାରରେ କେରଳ ଦେଶର ଏକ ନମ୍ବର

ନୂଆଦିଲ୍ଲୀ : ୯୪ ପ୍ରତିଶତ ସାକ୍ଷରତା ହାରଥିବା କେରଳ ଦେଶରେ ଏକ ନମ୍ବର ରାଜ୍ୟ। ଏହି ରାଜ୍ୟର ମହିଳାଙ୍କ ସାକ୍ଷରତା ହାର ୯୦ ପ୍ରତିଶତରୁ ଅଧିକ। ଦ୍ୱିତୀୟ ନମ୍ବରରେ ରହିଛି ଲକ୍ଷାଦ୍ୱୀପ। ଯାହାର ମୋଟ ସାକ୍ଷରତା ହାର ୯୧.୮୫ ପ୍ରତିଶତ। କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ ପକ୍ଷରୁ ଏହି ତଥ୍ୟ ମିଳିଛି। କରିଛନ୍ତି।
ସେହିପରି ସାକ୍ଷରତା ହାର ତାଲିକାରେ ମିଜୋରାମ ଦେଶର ତୃତୀୟ ସ୍ଥାନରେ ରହିଛି। ୨୦୧୧ ଜନଗଣନା ଅନୁସାରେ ରାଜ୍ୟର ସାକ୍ଷରତା ହାର ୯୧.୩୩ ପ୍ରତିଶତ। ଏହି ରାଜ୍ୟ ପୂର୍ବୋତ୍ତର ଭାରତର ୭ ରାଜ୍ୟଙ୍କ ମଧ୍ୟରେ ଅନ୍ୟତମ। ଚତୁର୍ଥ ସ୍ଥାନରେ ଅଛନ୍ତି ଗୋଆ ଓ ତ୍ରିପୁରା। ଗୋଆର ମୋଟ ସାକ୍ଷରତା ହାର ୮୭.୭ ପ୍ରତିଶତ ଥିବା ବେଳେ ଦେଶର ପଞ୍ଚମ ରାଜ୍ୟ ଭାବେ ତ୍ରିପୁରାର ସାକ୍ଷରତା ହାର ରହିଛି ୮୭.୨୨ ପ୍ରତିଶତ। ଏହାଛଡା ଡାମନ ଓ ଡ୍ୟୁର ସାକ୍ଷରତା ହାର ୮୭.୧୦ ପ୍ରତିଶତ। ଏଠାରେ ପୁରୁଷଙ୍କ ସାକ୍ଷରତା ହାର ୯୧.୫୪ ଓ ମହିଳାଙ୍କ କ୍ଷେତ୍ରରେ ଏହା ହେଲା ୭୯.୭୫ ପ୍ରତିଶତ।
ସାକ୍ଷରତା ହାରରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ସ୍ଥାନ ସପ୍ତମ। ଯେଉଁଠାରେ ସାକ୍ଷରତା ହାର ସର୍ବାଧିକ ୮୬.୬୩ ପ୍ରତିଶତ। ଜାତୀୟ ରାଜଧାନୀ ଦିଲ୍ଲୀ ସ୍ଥାନର ଅଷ୍ଟମରେ। ଦିଲ୍ଲୀର ମୋଟ ସାକ୍ଷରତା ହାର ୮୬.୨୧ ପ୍ରତିଶତ ଥିବା ବେଳେ କେନ୍ଦ୍ରଶାସିତ ଚଣ୍ଡିଗଡ଼ର ସାକ୍ଷରତା ହାର ୮୬.୦୫ ପ୍ରତିଶତ। ପୁଡୁଚେରୀରେ ଏହି ହାର ୮୫.୮୫ ପ୍ରତିଶତ ଥିବାବେଳେ ପୁରୁଷ ସାକ୍ଷରତା ହାର ୯୧.୨୬ ଓ ମହିଳାଙ୍କ କ୍ଷେତ୍ରରେ ଏହା ୮୦.୬୭ ପ୍ରତିଶତ ରହିଛି।
ଏହାବ୍ୟତୀତ ଉତ୍ତରପ୍ରଦେଶର ସାକ୍ଷରତା ହାର ୬୭.୬୮ ପ୍ରତିଶତ। ଏହି ରାଜ୍ୟରେ ପୁରୁଷ ସାକ୍ଷରତା ୭୭.୨୮ ପ୍ରତିଶତ ଓ ମହିଳା ସାକ୍ଷରତା ହାର ୫୭.୧୮ ପ୍ରତିଶତ। ସାକ୍ଷରତା ହାର ଅନୁପାତରେ ବିହାର ସବୁଠୁ ପଛୁଆ ରାଜ୍ୟ। ଏଠାରେ ମୋଟ ସାକ୍ଷରତା ହାର ୬୧.୮୦ ପ୍ରତିଶତ ଥିବାବେଳେ ପୁରୁଷ ୭୧.୨୦ ଓ ମହିଳା ସାକ୍ଷରତା ହାର ୫୧.୫୦ ପ୍ରତିଶତ ରହିଛି।