ଇଚ୍ଛାଧୀନ କୋଟା : ଏକାଧିକ ପ୍ଲଟ ନେବା ଉପରେ ରୋକ୍

ଭୁବନେଶ୍ଵର : ରାଜ୍ୟର ଯେକୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଜଣେ ବ୍ୟକ୍ତି ଇଚ୍ଛାଧୀନ କୋଟାରେ ଗୋଟିଏ ପ୍ଲଟ୍‌ ନେଇ ପାରିବେ। ଆଉ ଏକାଧିକ ପ୍ଳଟ ନୁହେଁ। ସେଥିପାଇଁ ପୂର୍ବରୁ ପ୍ଲଟ୍‌ ପାଇଥିବା ବ୍ୟକ୍ତିଙ୍କୁ ଆବେଦନ କରିବାକୁ ହାଇକୋର୍ଟ ବାରଣ କରିବା ସହିତ ନିୟମାବଳୀ ପ୍ରସ୍ତୁତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିୟମ ଆଡଭୋକେଟ୍ ଜେନେରାଲଙ୍କ ମାଧ୍ୟମରେ ଗୃହ ଓ ନଗର ଉନ୍ନୟନ ବିଭାଗ ଓ ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ରହିଛି।

ଖବର ଅନୁଯାୟୀ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ପ୍ରଥମେ ଗୋଟିଏ ବାସପଯୋଗୀ ପ୍ଲଟ୍‌ ନେଇ ତାକୁ ବିକ୍ରି କରି ଦେଇଥିଲେ। ପରେ ବ୍ୟାବସାୟିକ ପ୍ଲଟ୍‌ କିଣିଥିଲେ। କର୍ମଚାରୀ କୋଟାରେ ତୃତୀୟ ପ୍ଲଟ୍‌ ପାଇଥିଲେ ମଧ୍ୟ ତାଙ୍କୁ ଦିଆଯାଇ ନଯିବାରୁ ସେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Leave a Reply

Your email address will not be published. Required fields are marked *

Back to top button