ଇଣ୍ଡିଆ ମେଣ୍ଟର ଶକ୍ତି ବଢୁଛି

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ସକ୍ରିୟ ହେବାରେ ଲାଗିଛି। ମୁମ୍ବାଇରେ ଅନୁଷ୍ଠିତ ହେବ ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୬ ବିରୋଧୀ ଦଳ ଏଥିରେ ସାମିଲ ହୋଇଛନ୍ତି। ବୈଠକରେ ଯୋଗଦେବା ପାଇଁ ମହାରାଷ୍ଟ୍ର ଶତକାରୀ ସଂଗଠନକୁ ଆମନ୍ତ୍ରଣ କରାଯାଇଥିଲେ ହେଁ ଔପଚାରିକ ଭାବେ କୌଣସି ଘୋଷଣା କରାଯାଇନାହିଁ।

ଖବର ଅନୁଯାୟୀ ବିରୋଧୀଙ୍କ ମୁମ୍ବାଇ ବୈଠକରେ ପ୍ରଦେଶ ସ୍ତରରେ ମେଣ୍ଟ ପାଇଁ ସବକମିଟି ଓ ସାମୁହିକ ବୈଠକ ନେଇ ନିଷ୍ପତ୍ତି ନିଆଯିବ। ଏହାଛଡା ଇଣ୍ଡିଆ ମେଣ୍ଟର ରାଷ୍ଟ୍ରୀୟ ଆବାହକ ପଦ ନେଇ ନିଷ୍ପତ୍ତି ହୋଇପାରେ। ସମସ୍ତଙ୍କ ନଜର ଏହା ଉପରେ ରହିଥିବା ବେଳେ ପଦକୁ ନେଇ କିଛି ନେତାଙ୍କ ମଧ୍ୟରେ ବିରୋଧାଭାସ ଦେଖିବାକୁ ମିଳିଛି। ଆହୁରି ଜଣାପଡିଛି ୮ଟି ଦଳ ଏହି ମେଣ୍ଟରେ ସାମିଲ ହେବାକୁ ଚାହୁଁଛନ୍ତି। ଏଥିରେ ଆସାମରୁ ୩ଟି, ପଞ୍ଚାବ ଓ ଉତ୍ତରପ୍ରଦେଶର ଗୋଟିଏ ଲେଖାଏ ଦଳ ସାମିଲ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button