ଓଡିଶାରେ ସୃଷ୍ଟି ହୋଇପାରେ ରାଜନୈତିକ ଅସ୍ଥିରତା

ଆଜି ଅପ୍ରେଲ ୧୪ ତାରିଖ ମହା ବିଷୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ। ଆଜି ମଧ୍ୟ ହନୁମାନ ଜୟନ୍ତୀ। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ ସହିତ ପ୍ରଭୁ ହନୁମାନଙ୍କ ଦର୍ଶନ ପାଇଁ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଏହିଦିନ ସୂର୍ଯ୍ୟ କକ୍ଷ ପଥରେ ଯେଉଁ କଳ୍ପିତ ବିନ୍ଦୁରେ ପହଞ୍ଚନ୍ତି ତାହା ପୃଥିବୀର ଠିକ୍ ମଧ୍ୟଭାଗରେ ଥିବା ବିଷୁବ ରେଖା ଉପରେ ଅବସ୍ଥିତ। କେବେଳ ସେତିକି ନୁହେଁ ପଞ୍ଜିକାରମାନେ ଗଣନା ଆଧାରରେ ଚଳିତବର୍ଷ କ’ଣସବୁ ଘଟିବ ସେ ସମ୍ପର୍କରେ ଦେଇଛନ୍ତି ସୂଚନା।

ବିଶେଷ କଥା ହେଲା ମୁକ୍ତିମଣ୍ଡପ ଓ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱୀକୃତି ଆଯାଇଥିବା ପଞ୍ଜିକାକୁ ଆଜିଠାରୁ ପ୍ରଚଳନ ହେବ। ନୂତନ ପଞ୍ଜିକା ଅନୁଯାୟୀ ଯାନିଯାତ୍ରା, ତିଥି ବାରର ପଞ୍ଚାଙ୍ଗ ସହ ବ୍ରତୋପନୟନ, ଘର ପ୍ରତିଷ୍ଠା ଓ ବିବାହ, ଶୁଭ ମୂହୁର୍ତ୍ତ ଆଦି ପାଳନ କରାଯିବ।

ଏହାବ୍ୟତୀତ ପଞ୍ଜିକରେ ବିଶ୍ଵ, ଦେଶ ଓ ରାଜ୍ୟ ସମ୍ପର୍କରେ ମଧ୍ୟ କିଛି ସୂଚନା ରହିଛି। ଏଥିରେ ଉଲ୍ଲେଖ ହୋଇଛି ଚଳିତବର୍ଷ ବିଶ୍ୱ ରାଜନୈତିକ ସ୍ତରରେ ଅସ୍ଥିରତା ଦେଖାଯିବ। ଦକ୍ଷିଣ ଭାଗରେ ଭୂମିକମ୍ପ, ବାତ୍ୟା ଓ ଝଡ଼ ତୋଫାନର ସମ୍ଭାବନା ରହିଛି। ସେହିପରି ଭାରତରେ ରାଜନୈତିକ ଅସ୍ଥିରତା ଦେଖାଯିବା ସହ ପ୍ରବଳ ବର୍ଷାର ଆଶଂକା ସହିତ ଆତଙ୍କବାଦୀଙ୍କ ଦୌରାତ୍ମ୍ୟ ବୃଦ୍ଧି ହେବ। ତେବେ ସରକାରଙ୍କ ପ୍ରଚେଷ୍ଟାରେ ଏହି କାର୍ଯ୍ୟକଳାପକୁ ପ୍ରତିହିତ କରାଯାଇପାରିବ ବୋଲି ଦର୍ଶଯାଇଛି।

ସେହିପରି ଓଡ଼ିଶା ସମ୍ପର୍କରେ ନୂଆ ପଞ୍ଜିକାରେ ଉଲ୍ଲେଖ ହୋଇଛି ରାଜ୍ୟର ଗଜପତି, ବାରିପଦା, ବାଲେଶ୍ୱର ଓ କଟକ ଆଦି ଉପକୂଳ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଯାହା ଫଳରେ ଏବର୍ଷ ଭଲ ଫସଲ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଦାନ କ୍ଷେତ୍ରରେ ବର୍ଷଟି ଭଲ ରହିବ। କିନ୍ତୁ ରାଜ୍ୟରେ ସୃଷ୍ଟି ହୋଇପାରେ ରାଜନୈତିକ ଅସ୍ଥିରତା। ଏପରିକି ନୂତନ ପାର୍ଟି ଗଠନ ହେବାର ସଂଭାବନା ରହିଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button