ଚର୍ଚ୍ଚାରେ ତାଜିକିସ୍ତାନରେ ଭାରତର ଗୋପନ ବାୟୁସେନା ଘାଟି

କାବୁଲ : ଆଫଗାନିସ୍ତାନକୁ ଅଧିକାର କରିବା ପରେ ସରକାର ଗଢିବା ସହଜ ହେବ ବୋଲି ତାଲିବାନ ଭାବିଥିଲା। ହେଲେ ଏବେ ସ୍ଥିତି ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ପଞ୍ଜଶୀର ଘାଟିରେ ସଂଘର୍ଷ ଚାଲିଥିବାବେଳେ ତାଲିବାନ ବିରୋଧରେ ସାଧାରଣ ଲୋକଙ୍କ ଆନ୍ଦୋଳନ ତାଲିବାନକୁ ବିବ୍ରତ କରିଦେଲାଣି।

ପାକିସ୍ତାନ ବାୟୁସେନାର ଡ୍ରୋନ ସହାୟତାରେ ପଞ୍ଜଶୀରକୁ ଜିତିବାର ଦାବି କରିଥିବା ତାଲିବାନ ଆଜି ସକାଳୁ ଏକ ଗୋପନ ବିମାନ ଆକ୍ରମଣର ସମ୍ମୁଖୀନ ହୋଇ ବ୍ୟାପକ କ୍ଷୟକ୍ଷତି ସହିଛି। ତେବେ ଏ ଗୋପନ ବିମାନ ଆକ୍ରମଣ କରିଥିବା ଦେଶକୁ ନେଇ ବିଶେଷଜ୍ଞ ମହଲରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି ଆଫଗାନିସ୍ତାନକୁ ତାଲିବାନ ଅଧିକାର କରିନେବା ପୂର୍ବରୁ ଆଫଗାନ ବାୟୁସେନାର କେତେକ ଲଢୁଆ ବିମାନକୁ ତାଜିକିସ୍ତାନକୁ ସ୍ଥାନାନ୍ତରୀତ କରାଯାଇଥିଲା। ସେହି ବିମାନଗୁଡ଼ିକ ଭାରତୀୟ ବାୟୁସେନା ଦ୍ୱାରା ପରିଚାଳିତ ଗିସାର ମିଲିଟାରୀ ଏରୋଡ୍ରୋମରୁ ଉଡ଼ାଣ ଭରି ତାଲିବାନ ଉପରେ ଆକ୍ରମଣ କରିଥିବା କୁହାଯାଉଛି।

ଭାରତ ସରକାର ୧୯୯୯ କାନ୍ଦାହାର ବିମାନ ଅପହରଣ ଘଟଣା ପରେ ତାଜିକିସ୍ତାନର ଆଇନିଠାରେ ଏକ ବାୟୁସେନା ଘାଟି ପ୍ରତିଷ୍ଠା କରିଥିଲେ। ତାହାକୁ କୁହାଯାଏ ଗିସାର ମିଲିଟାରୀ ଏରୋଡ୍ରୋମ। ଭାରତର ସୁଖୋଇ ଲଢୁଆ ବିମାନ ସେଠାରେ ମୁତୟନ ରହିଛି। ଉଭୟ ପାକିସ୍ତାନ ଓ ଚୀନକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା ଏହି ବିମାନଘାଟିକୁ ସ୍ଥାପନ କରିଛି।

Leave a Reply

Your email address will not be published. Required fields are marked *

Back to top button