ଓସ୍କାର ଦୌଡ଼ରେ ଭାରତୀୟ ଫିଚର୍ ଫିଲ୍ମ ୨୦୧୮

ନୂଆଦିଲ୍ଲୀ : କେରଳରେ ୨୦୧୮ ମସିହାର ପ୍ରଳୟଙ୍କାରୀ ବନ୍ୟା ବିଭୀଷିକାକୁ ନେଇ ପ୍ରସ୍ତୁତ ମାଲାୟାଲମ ଫିଲ୍ମ ୨୦୧୮ ଓସ୍କାର ଦୌଡ଼ରେ ସାମିଲ ହୋଇଛି।

ଖବର ଅନୁଯାୟୀ ଚଳିତ ବର୍ଷ ମେ’ ମାସରେ ୨୦୧୮ ମୁକ୍ତିଲାଭ କରିଥିଲା। ଜୁଡେ ଆନ୍ଥାନି ଜୋସେଫଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଟୋଭିନୋ ଥୋମାସ୍, କୁଞ୍ଚାକୋ ବୋବାନ୍, ଆସିଫ୍ ଅଲି, ବିନୀତ ଶ୍ରୀନିବାସନ୍, ନାରାଅନ୍ ଓ ଲାଲ ଅଭିନୟ କରିଛନ୍ତି। ମାଲୟାଲମ ସିନେମା ଜଗତରେ ଏହା ଶ୍ରେଷ୍ଠ ଆୟକାରୀ ସିନେମା ହୋଇଥିଲା। ବକ୍ସ ଅଫିସରେ ୨୦୧୮ ଯେପରି ଆୟ କରିଥିଲା ପୂର୍ବରୁ କୌଣସି ମାଲାୟାଲମ ସିନେମା କରିନଥିଲା। ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଚଳଚ୍ଚିତ୍ର ନିର୍ମାତା ଓ ୧୬ ଜଣିଆ ଚୟନ କମିଟିର ଅଧ୍ୟକ୍ଷ ଗିରୀଶ କାସରାଭାଲୀ କହିଛନ୍ତି ଜଳବାୟୁ ପରିବର୍ତ୍ତନର ପ୍ରଭାବର ବିଷୟବସ୍ତୁ ପାଇଁ ମାଲାୟାଲମ୍ ଚଳଚ୍ଚିତ୍ରକୁ ଚୟନ କରାଯାଇଛି।

ଦ କେରଲା ଷ୍ଟୋରୀ, ରକି ଅର୍ ରାନୀ କି ପ୍ରେମ କାହାନୀ, ମିସେସ୍ ଚାଟାର୍ଜୀ ବନାମ ନରୱେ, ତେଲୁଗୁ ଚଳଚ୍ଚିତ୍ର ବାଲାଗାମ, ମରାଠୀ ଚଳଚ୍ଚିତ୍ର ଭାଲଭି ଓ ବାପ୍ଲୋକ ଏବଂ ଅଗଷ୍ଟ ୧୬, ୧୯୪୭ (ତାମିଲ) ସହିତ ୨୨ଟି ଚଳଚ୍ଚିତ୍ର ବିବେଚନା କରାଯାଇଥିଲା। ଏଥିମଧ୍ୟରୁ ୨୦୧୮କୁ ମନୋନୀତ କରାଯାଇଛି।

୨୦୦୨ରେ ଲାଗାନ ପରଠାରୁ ଓସ୍କାରରେ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଚଳଚ୍ଚିତ୍ର ପାଇଁ କୌଣସି ଭାରତୀୟ ସିନେମା ମନୋନୀତ ହୋଇ ନାହିଁ। କେବଳ ଅନ୍ୟ ଦୁଇଟି ଚଳଚ୍ଚିତ୍ର ଏହା ପୂର୍ବରୁ ପାଞ୍ଚଟି ସ୍ଥାନ ଅଧିକାର କରିଛି- ନର୍ଗିସ୍ ଅଭିନୀତ ମଦର ଇଣ୍ଡିଆ ଓ ମୀରା ନାୟାରଙ୍କ ସଲାମ ବମ୍ବେ।

Leave a Reply

Your email address will not be published. Required fields are marked *

Back to top button